କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାର ଏକ ପରିଚୟ ଭାବେ ଧରଣୀଧର ମହାବିଦ୍ୟାଳୟ ପରିଚିତ। ପୂର୍ବତନ ସରକାର ଏହାକୁ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ପରେ ବିଶ୍ଵବିଦ୍ୟାଳୟରେ ପରିଣତ କରିଥିଲେ। ବର୍ତମାନ ସରକାର ଏହି ବିଶ୍ଵବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରିଦେଲେ। କିନ୍ତୁ ଏହି ମାନ୍ୟତା ଦ୍ଵାରା ଜିଲ୍ଲାରେ ଆଉ ସ୍ଵୟଂଶାସିତ ମହାବିଦ୍ୟାଳୟ ରହିଲା ନାହିଁ ବୋଲି ଅଭିଯୋଗ କରିଛି ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ। ଏହି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପୁନଃ ପ୍ରତିଷ୍ଠା ଦାବି କରିଛି ମଞ୍ଚ। ଏନେଇ ଆସନ୍ତା କାଲି ଠାରୁ ତିରିଶ ତାରିଖ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇଛି ମଞ୍ଚ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA