ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁରର ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ସ୍ନେହୀ ଓ ଅମାୟିକ ସ୍ୱଭାବର
ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁରର ସାମ୍ବାଦିକ ନବୀନ ଦାଶଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ସ୍ନେହୀ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଆମେ ଜଣେ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande