ଜୟପୁର, ୨୮ ଜୁଲାଇ (ହି.ସ.)- ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଆଜି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏଠାରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଉପସ୍ଥିତ ରହି ୨୭ଟି ବ୍ୟକ୍ତିଗତ ଓ ୯ ଟି ଗୋଷ୍ଠିଗତ ମୋଟ ୩୬ଟି ଅଭିଯୋଗର ଶୁଣାଣି କରିଥିଲେ । ଜିଲାପାଳ ଶ୍ରୀ ମହାଜନ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଅଭିଯୋଗ ଶୁଣାଣିରେ ଜୟପୁରରେ ଉପସ୍ଥିତ ରହି ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ଜୟପୁର ନଗରିକ କମିଟି ତରଫରୁ ଜିଲା ମୁଖ୍ୟ ଚିକିତ୍ସାଳୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା, ମୁଖ୍ୟ ଡାକ ଘରେ ରେଳ ଟିକେଟ କାଉଣ୍ଟର ସହ ଅସରେଲେଟର ଲଗାଇବା, ରାତ୍ର ରାକାଳିନ ଡାକ ବୁକିଂ କାଉଣ୍ଟର ସ୍ଥାପନା କରିବା, ଟାଙ୍କୁଆ ଠାରୁ ରେଳ ଷ୍ଟେସନ ଯାଏ ଟାଉନ ବସ ଚଳପ୍ରଚଳ କରିବା, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଜୟପୁର ପୌପାଳିକାରେ ଦେବା, ମହିଳାଙ୍କ ପାଇଁ ଟୟଲେଟ ନିର୍ମାମ କରିବା ନେଇ କମିଟିର ସଭାପିତି ବିନୋଦିନି ସାନ୍ତ୍ରା ପାତ୍ର, ସମ୍ପାଦକ ଜି. ଭେଙ୍କଟ ରେଡ୍ଡି, ଜିଭି ରାଓ, ସାନ ଚୈଧୁରି, ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦାବି କରିଥିଲେ । ସେହିପରି ପୁରୁଣା ଫାୟାର ଷ୍ଟେସନ ଘୋଡାଶାଳ ପଡିଆରେ ସଂନ୍ଧ୍ୟା ହୋଇଗଲେ ଆସମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ପାଲଟିଛି । ତେଣୁ ପାଚେରି ସହ ଗେଟ ନିର୍ମାଣ କରିବାକୁ ୧୦ ବର୍ଷ ହେବ ଦାବି ହୋଇଛି । ହେଲେ ଆଜି ସୁଦ୍ଧା କାର୍ଯ୍ୟ ହୋଇପାରିନାହିଁ ତେଣୁ କରିବା ପାଇଁ କୃଷ୍ଣ କେଶବ ଷଡଙ୍ଗୀ ଦାବି କରିଥିଲେ । ଜୟପୁର ସହରରେ ସ୍କୁଲ ଓ ମନ୍ଦିର ନିକଟରେ ମାଛ ମାଂସ ବିକ୍ରି ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ମଧ୍ୟ ଶ୍ରୀ ଷଡଙ୍ଗୀ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ । ସେହିପିରି ମୁଣ୍ଡିଗୁଡା ବାରିଣିପୁଟ ପଞ୍ଚାୟତର ଓସିସି କଲୋନି ୨ ଶହ ପରିବାର ଘରଢିହ ନିମନ୍ତେ ଦାବି କରିଥିଲେ । ବିଗତ ୫୦ରୁ ଉର୍ଦ୍ଧ୍ଵ ସମୟ ବିତି ଗଲାଣି ଏହି କୋଲନିରେ ବସବାସ କରିଥିବା ବେଳେ ପାୱାର ହାଉସ ପ୍ରକଳ୍ପ ତିଆରି ପୂର୍ବରୁ କୁଲି ମଜୁରୀ କରି ଜୀବନ ନିର୍ବାହ କରୁଛନ୍ତି । ବର୍ତମାନ ସୁଦ୍ଧା ସମସ୍ତ ହିତାଧିକାରିଙ୍କୁ ସରକାରଙ୍କ ତରଫରୁ ଘରଢିହ ପଟ୍ଟା ମିଳି ନାହିଁ ଓ୨୦୧୯ ମସିହାରେ ୨୫୦ ଜଣ ହିତାଧିକାରି ନିମନ୍ତେ ସରକାରଙ୍କ ନିକଟରେ ଘରଢିହ ନିମନ୍ତେ ଗୁହାରି କରାଯାଇଥିଲା । କିନ୍ତୁ ସରକାର ମାତ୍ର ୪୯ ପରିବାରଙ୍କୁ ଘରଢିହ ପଟ୍ଟା ୬ ମାସ ପୂର୍ବରୁ ୨ ସେଣ୍ଟ ଲେଖାଏଁ ଗୋଟିଏ ପରିବାରକୁ ପ୍ରଦାନ କରିଥିଲେ । କିନ୍ତୁ, ବଳକା ୨ ଶହ ପରିବାର ନିମନ୍ତେ ଘରଢିହ ମିଳିବ ବୋଲି ସରକାର ପ୍ରତିଶୃତି ଦେଇଥିଲେ । ତେଣୁ ସମସ୍ତ ପରିବାରଙ୍କୁ ଶୀଘ୍ର ପଟ୍ଟା ଦିଆଯିବାକୁ ଦାବି କରିଥିଲେ । ସେହିପରି ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଜୟପୁର ନୁଆସାହି ପ୍ରଥମ ଲାଇନର ଶିବ ଶଙ୍କର ମହାପାତ୍ର ଓ ଭାଗ୍ୟ ଲକ୍ଷ୍ମୀ ମହାପାତ୍ର ପୁଅର ଚିକିତ୍ସା ପାଇ ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗ ଶୁଣାଣିରେ ଏସପି ରୋହିତ ବର୍ମା, ଆଇଏଏସ ପ୍ରଭୋସନାରି ସନ୍ତୋଷ ପାତ୍ର, ଜିଲା ଉନ୍ନୟନ ଅଧିକାରି ,ଜିଲା ପରିଷଦ ବେଣୁ ଧର ଶବର, ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ଏସଡିପିଓ ପାର୍ଥ କଶ୍ୟପ, ଜିଲା ଚିକିତ୍ସାଧିକାରି ରବିନ୍ଦ୍ର ନାଥ ମିଶ୍ରଙ୍କ ସହ ଜିଲା ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି