ଦୁବୁଲା ବେଡା ରାସ୍ତା ପାଲଟିଛି ମରଣ ଯନ୍ତା,ଭିତି ପ୍ରସ୍ତ ଦେଇ ଠକି ଦେଲେ ସରପଂଚ, ଲୋକ ଭୋଗୁଛନ୍ତି ଯମ ଯନ୍ତ୍ରଣ
କେନ୍ଦୁଝର, ୨୮ ଜୁଲାଇ (ହି.ସ.) - ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନାରା ଦେଉଛନ୍ତି ବିକଶିତ ଗାଁ ବିକଶିତ ଭାରତ। ବାସ୍ତବରେ ଏହାର ବିକଳ୍ପ ଚିତ୍ର ଦେଖିବାକୁ ମିଳୁଛି ଦୁବୁଲା ବେଡା ଗାଁରେ।ଗାଁର ବିକାଶ ତ ଛାଡ ଛଅ ମାସ ପୂର୍ବରୁ ଭିତି ପ୍ରସ୍ତ ପକାଇ ଲୋକଙ୍କୁ ଠକି ଦେଲେ ସରପଂଚ। ରାସ୍ତା ଏବେ ପାଲଟିଛି ମର
ଦୁବୁଲା ବେଡା ରାସ୍ତା ପାଲଟିଛି ମରଣ ଯନ୍ତା,ଭିତି ପ୍ରସ୍ତ ଦେଇ ଠକି ଦେଲେ ସରପଂଚ, ଲୋକ ଭୋଗୁଛନ୍ତି ଯମ ଯନ୍ତ୍ରଣ


କେନ୍ଦୁଝର, ୨୮ ଜୁଲାଇ (ହି.ସ.) - ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନାରା ଦେଉଛନ୍ତି ବିକଶିତ ଗାଁ ବିକଶିତ ଭାରତ। ବାସ୍ତବରେ ଏହାର ବିକଳ୍ପ ଚିତ୍ର ଦେଖିବାକୁ ମିଳୁଛି ଦୁବୁଲା ବେଡା ଗାଁରେ।ଗାଁର ବିକାଶ ତ ଛାଡ ଛଅ ମାସ ପୂର୍ବରୁ ଭିତି ପ୍ରସ୍ତ ପକାଇ ଲୋକଙ୍କୁ ଠକି ଦେଲେ ସରପଂଚ। ରାସ୍ତା ଏବେ ପାଲଟିଛି ମରଣ ଯନ୍ତା, ଲୋକେ ଏଠି ଭୋଗୁଛନ୍ତି ଯମ ଯନ୍ତ୍ରଣା। ପ୍ରକାଶ ଥାଉକି ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମ ପଂଚାୟତ ଦୁବୁଲା ବେଡା ଗାଁ ଠାରୁ ଘଟଗାଁ - ହରିଚନ୍ଦନପୁର ଭି ଆଇ ପି ରୋଡ଼କୁ ସଂଯୋଗ କରିଥିବା ଦୁଇ କିଲୋମିଟର ମାଟି ରାସ୍ତା ଏବେ ଖାଲ ଖମାରେ ଭର୍ତି ଲୋକ ଯାତାୟତରେ ବାଧାପ୍ରାପ୍ତ ହେଉଛି ସୃଷ୍ଟି।ବେଳେ ବେଳେ ଅତି ଆବଶ୍ୟକ ଗାଡି ଜନନୀ ସୁରକ୍ଷା, ଆମ୍ବୁଲାନ୍ସ ଇତ୍ୟାଦି ଗାଡି ଗୁଡିକ କାଦୁଅ ରେ ଫସି ରହୁଥିବା ନଜର ସାମ୍ନାକୁ ଆସିଥାଏ। ଏଭଳି ଦୂରଦିନକୁ ଦୂର କରିବା ଲକ୍ଷରେ ପଂଚାୟତ ପକ୍ଷରୁ ଗାଁକୁ ଏକ କଂକ୍ରିଟ ରାସ୍ତା ଲାଗି ଛଅ ମାସ ପୂର୍ବେ ସରପଂଚ ଶୁଭ ପକାଇଥିଲେ ମାପ ଚୁଖ ମଧ୍ୟ ସାରିଥିଲେ। ଗାଁକୁ ଭଲରାସ୍ତା ହେବା ଆଶାରେ ଲୋକେ ଆନନ୍ଦିତ ହୋଇଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରୁ ଗ୍ରାମ ବାସୀ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି କାଲି କହି ସରପଂଚ ଦିନ ଗଡ଼ାଇ ଭଣ୍ଡାଇ ଚାଲିଛନ୍ତି।ଏହି ରାସ୍ତା କୁ ତୁରନ୍ତ କାର୍ଯ୍ୟ ଆରମ୍ଭ ନକଲେ ଆଗାମୀ ଦିନରେ ଗ୍ରାମ ବାସୀ ଆନ୍ଦୋଳନକୁ ଓହ୍ଲାଇବେ ସରପଂଚଙ୍କୁ ଦେଇଛନ୍ତି ଚେତାବନୀ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande