କେନ୍ଦୁଝର, ୨୮ ଜୁଲାଇ(ହି.ସ.) – ଆନନ୍ଦପୁର ପୌର ପରିଷଦ ଘସିପୁରା ବଜାରସ୍ଥିତ ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ପରିସରରେ ସୋମବାର ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇ ଫାଇନସ ଅଫିସ ରେ ତାଲା ପକାଇଲେ ମହିଳା। ଲୋନ୍ ଅର୍ଥ ହେରଫେରକୁ ନେଇ ମହିଳାମାନେ ସମ୍ପୃକ୍ତ ଫାଇନାନ୍ସ କାର୍ଯ୍ୟାଳୟ ପରିସରରେ ବହୁବାର ଅସନ୍ତୋଷ ପ୍ରକାଶ କରିଥିଲେ। ଘରୋଇ ଫାଇନାନ୍ସ ସଂସ୍ଥାର କେତେକ କର୍ମଚାରୀ ବିଭିନ୍ନ ସ୍ଥାନରୁ ଲୋନ୍ ଅର୍ଥ ଆଦାୟ କରି ଫେରାର ହେବା ଘଟଣାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA