ରଙ୍ଗାଧର ବେହେରାଙ୍କ ଅନୁବାଦ ପୁସ୍ତକ ଭୋଜପ୍ରବନ୍ଧ ଉନ୍ମୋଚିତ
କେନ୍ଦୁଝର, ୨୮ ଜୁଲାଇ (ହି.ସ.) - ଆଜି ଅପରାହ୍ନରେ ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସଭାରେ କବିବଲ୍ଲୋଳଙ୍କ ଦ୍ୱାରା ରଚିତ ଭୋଜପ୍ରବନ୍ଧ ର ପଣ୍ଡିତ ରଙ୍ଗାଧର ବେହେରା ଙ୍କ ଦ୍ୱାରା ଅନୂଦିତ ପୁସ୍ତକର ପାଠକାର୍ପଣ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଯୁଗ୍ମସମ୍ପାଦକ କବ
ରଙ୍ଗାଧର ବେହେରାଙ୍କ ଅନୁବାଦ ପୁସ୍ତକ ଭୋଜପ୍ରବନ୍ଧ ଉନ୍ମୋଚିତ


କେନ୍ଦୁଝର, ୨୮ ଜୁଲାଇ (ହି.ସ.) - ଆଜି ଅପରାହ୍ନରେ ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସଭାରେ କବିବଲ୍ଲୋଳଙ୍କ ଦ୍ୱାରା ରଚିତ ଭୋଜପ୍ରବନ୍ଧ ର ପଣ୍ଡିତ ରଙ୍ଗାଧର ବେହେରା ଙ୍କ ଦ୍ୱାରା ଅନୂଦିତ ପୁସ୍ତକର ପାଠକାର୍ପଣ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଯୁଗ୍ମସମ୍ପାଦକ କବି ହରିହର ମହାନ୍ତି ସ୍ୱାଗତ ସମ୍ଭାଷଣ ଜଣାଇ ଥିଲେ। ସଂସ୍କୃତ ର ବିଶିଷ୍ଟ ବିଦ୍ୱାନ ପଣ୍ଡିତ ସଦାଶିବ ମିଶ୍ର ଉତ୍ସବର ଉଦ୍ ଘାଟନ କରି କେନ୍ଦୁଝରର ସଂସ୍କୃତ ସାହିତ୍ୟର ପରମ୍ପରା ଅତ୍ୟନ୍ତ ସମୃଦ୍ଧ ବୋଲି ମତ ଦେଇଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର୍ ରାମଚନ୍ଦ୍ର ନାୟକ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ କେନ୍ଦୁଝର ସାହିତ୍ୟ ର ଗାରିମା ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାଧ୍ୟାପକ ସୁଧାକର ଦାଶ ଉନ୍ମୋଚିତ ପୁସ୍ତକ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କବି ଦେବାଶିଷ ଚକ୍ରବର୍ତୀ କେନ୍ଦୁଝର ର ଅନୁବାଦ ପରମ୍ପରା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିବା ସହିତ ରଙ୍ଗଧର ବେହେରାଙ୍କ ଉଦ୍ୟମ ର ଭୂୟସୀ ପ୍ରଶଂସା କରିଥିଲେ।

କବୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନା ରେ ମମତା ରାଣୀ ଦାସ, ରିତାଞ୍ଜଳି ସାହୁ, ଇନ୍ଦୁମତି ପାତ୍ର, ବୀଣାପାଣି ଜେନା, ଶୋଭନା ଜେନା, ଚିନ୍ତାମଣି ମହାଳିକ, ଉମାକାନ୍ତ ବେହେରା, ବିରଂଚି ସାମନୁରାୟ, ଶାନ୍ତନୁ ମହାପାତ୍ର, ଜିତେନ୍ଦ୍ର ପରିଡ଼ା, ଦେବଦର୍ଶନ ଦାଶ,ମଧୁସୁଦନ ମିଶ୍ର, ପ୍ରାଧ୍ୟାପକ ଜଗନ୍ନାଥ ଜେନା,ଲିପିକା ପଟ୍ଟନାୟକ, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ରତ୍ନ ମଞ୍ଜରୀ ରାଉତ, ସୁଭଦ୍ରା ମହାନ୍ତି, ରୂପଶ୍ରୀ ଗନ୍ତାୟତ, ମୀନତି ମିଶ୍ର, ଭାବିପ୍ରିୟା ସାହୁ,ଧ୍ରୁବାନନ୍ଦ ରାଉତ, ମନରଞ୍ଜନ ମହାନ୍ତି, ସୁଜିତ କୁମାର ମିଶ୍ର, ହରେକୃଷ୍ଣ ବେଜ, ଦେବଦତ ଦେହୁରୀ, ମାୟାଧର ନାୟକ, ତ୍ରିଲୋଚନ ଦାସ ପ୍ରମୁଖ କବିତା ଆବୃତ କରିଥିଲେ। କାର୍ଯ୍ୟନିର୍ବାହୀ ସଦସ୍ୟ କବି ଜିତେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande