ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ ଧରିଲା ଅବକାରୀ ବିଭାଗ
ମୁଖୀଗୁଡ଼ା, ୨୮ ଜୁଲାଇ(ହି.ସ.) – ବିଶାଖାପାଟଣା ବସରେ ଗଞ୍ଜେଇ ଚୋରାଚାଲାଣବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଜଣେ ଯୁବକ ଅଟକ, ଜଣେ ଫେରାର, ତଦନ୍ତ ଜାରି।ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ମୁଖୀଗୁଡା ଲଡୁ ଗାଁ ଭୟା ବିଶାଖାପାଟଣା ଓଡ଼ି ୦୮ ଆର ୧୯୫୨ ନମ୍ବର ଓଏସଆରଟିସି ବସ୍‌ରେ ଗଞ୍ଜେ
ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ ଧରିଲା ଅବକାରୀ ବିଭାଗ


ମୁଖୀଗୁଡ଼ା, ୨୮ ଜୁଲାଇ(ହି.ସ.) – ବିଶାଖାପାଟଣା ବସରେ ଗଞ୍ଜେଇ ଚୋରାଚାଲାଣବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଜଣେ ଯୁବକ ଅଟକ, ଜଣେ ଫେରାର, ତଦନ୍ତ ଜାରି।ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ମୁଖୀଗୁଡା ଲଡୁ ଗାଁ ଭୟା ବିଶାଖାପାଟଣା ଓଡ଼ି ୦୮ ଆର ୧୯୫୨ ନମ୍ବର ଓଏସଆରଟିସି ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟି ଛକରେ ବସକୁ ଯାଂଚ କରିଥିବାବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ଯୁବକ କୁ କାବୁ କରାଯାଇଛି। ଅନ୍ୟ ଜଣେ ଯୁବକ ଫେରାର ମାରିଛି। ଯୁବକଙ୍କ ପରିଚୟ ଓ କେତେ ପରିମାଣର ଗଞ୍ଜେଇ ଜଣାପଡି ନାହିଁ।

ହିନ୍ଦୁସ୍ଥାନ ସମାଚାର/ନିହାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande