ଗଂଜାମ, ୨୮ ଜୁଲାଇ (ହି.ସ.)-
ଗଂଜାମ ଜିଲାର ନୂତନ ଜିଲାପାଳ ଭାବେ ଭି. କୀର୍ତ୍ତିଭାସନ ଆଜି ଛତ୍ରପୁର ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ମା ତାରାତାରିଣୀଙ୍କ ପୀଠକୁ ଯାଇ ମା ଙ୍କ ଆଶିଷ ଭିକ୍ଷା କରିଛନ୍ତି । ଦାୟିତ୍ଵ ଗ୍ରହଣ ପରେ ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଆୟୋଜିତ ଅଭିଯୋଗ ସୁଣାଣୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ