ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ହରିୟାଣା ରାଜ୍ୟପାଳ ପ୍ରଫେସର ଅଶିମ କୁମାର ଘୋଷ ସୋମବାର ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ପ୍ରଫେସର ଘୋଷ ୨୧ ଜୁଲାଇରେ ହରିୟାଣାର ୧୯ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ। ସାକ୍ଷାତ ସମୟରେ ତାଙ୍କ ପତ୍ନୀ ମିତ୍ରା ଘୋଷ ମଧ୍ୟ ସେମାନଙ୍କ ସହିତ ଥିଲେ।
ପ୍ରଫେସର ଘୋଷ ଏକ ବିବୃତିରେ କହିଛନ୍ତି ଯେ ସେ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ହରିୟାଣାର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ବିଶେଷ ଭାବରେ ସମାଜ କଲ୍ୟାଣ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସଚ୍ଚୋଟତା ଏବଂ ସମର୍ପଣର ସହିତ କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ପ୍ରଗତି ପାଇଁ ମୂଲ୍ୟବାନ ପରାମର୍ଶ ବାଂଟିିଥିଲେ। ରାଜ୍ୟପାଳ କହିଛନ୍ତି ଯେ ସେ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ବହୁତ ପ୍ରଭାବିତ।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ