ଜିଲ୍ଲା ସ୍ତରୀୟ ହେପାଟାଇଟିସ ଦିବସ ପାଳିତ ୧୦୫ ଜଣଙ୍କର ପରୀକ୍ଷା ସହ ୧୧୧ ଜଣଙ୍କୁ ଟୀକାକରଣ
ଜିଲ୍ଲା ସ୍ତରୀୟ ହେପାଟାଇଟିସ ଦିବସ ପାଳିତ
Hepatitis day observation


ଜିଲ୍ଲା ସ୍ତରୀୟ ହେପାଟାଇଟିସ ଦିବସ ପାଳିତ

୧୦୫ ଜଣଙ୍କର ପରୀକ୍ଷା ସହ ୧୧୧ ଜଣଙ୍କୁ ଟୀକାକରଣ

ବାରିପଦା , 28 ଜୁଲାଇ (ହି.ସ.)ଆଜି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ଦାଶ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଘାସିରାମ ମୁର୍ମୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ, ଏପିଡେମିଲଜିଷ୍ଟ ଡାକ୍ତର ବିଭୁଦତ୍ତ ଦାସ, ଆରସିଏଚ ର ଡେପୁଟି ମ୍ୟାନେଜର ଏଲିନା ସାମଲ ଏବଂ ଏଏନଏମ ପ୍ରଶିକ୍ଷିକା ଅନିତା ଦାସ ପ୍ରମୁଖ ଯୋଗଦେଇ ହେପାଟାଇଟିସ-ବି ରୋଗର ନିୟନ୍ତ୍ରଣ ନିମନ୍ତେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ପରୀକ୍ଷା ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ । ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ-ବି ଟୀକା କରଣ କରାଇବା ଜରୁରୀ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସକାଳେ ନର୍ସିଂ ଛାତ୍ରୀ ଓ ଏଏନଏମ ଛାତ୍ରୀ ମାନଙ୍କୁ ଏକ ସଚେତନତା ଶୋଭଯାତ୍ରା ସହର ପରିକ୍ରମା କରିଥିଲା । ଏହି ଅବସରରେ ୧୦୫ ଜଣଙ୍କର ହେପାଟାଇଟିସ ପରୀକ୍ଷା କରାଯିବା ସହ ୧୧୧ ଜଣଙ୍କର ହେପାଟାଇଟିସ- ବି ଟୀକାକରଣ କରାଯାଇଥିଲା. ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande