ଜୟପୁର, ୨୮ ଜୁଲାଇ (ହି.ସ.) - ଏକ ଘରୋଇ କଲେଜର ଜଣେ ଶିକ୍ଷୟତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ପି.ଟି ଶିକ୍ଷକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ଟାଉନପୁଲିସ ପି.ଟି ଶିକ୍ଷକ କେଦାର କୁମାର ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର କହିବାନୁଯାୟୀ ଗତ କିଛି ଦିନ ହେଲା ଶିକ୍ଷୟତ୍ରୀ ଜଣକୁ ପି.ଟି ଶିକ୍ଷକ କେଦାର ଅଶ୍ଲିଳ ମେସେଜ ଦେବା ସହ ଶାରିରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଟାଉନଥାନାରେ ଲିଖିତ ଅଭିଯୋଗ ଦେବା ପରେ ଟାଉନପୁଲିସ ପି.ଟି ଶିକ୍ଷକ କେଦାରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି