ଯୌତୁକ ଯୁଇରେ ନବବଧୂ ଅଞ୍ଜନା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଭଦ୍ରକ, ୨୮ ଜୁଲାଇ (ହି.ସ.) - ଯୌତୁକ ଯୁଇରେ ନବବଧୂ ଅଞ୍ଜନା। ଛାଡ଼ିନି ହାତର ମେହେନ୍ଦି, ବର୍ଷ ବର୍ଷର ପ୍ରେମ ୪ ମାସରେ ନେଲା ସମାଧି । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଟପୂର ପଂଚାୟତ ଖଟୁଆସାହିରୁ । ଖଟୁଆସାହି ଗ୍ରାମରେ ୨୨ବର୍ଷିୟ ଅଞ୍ଜନା ଦାସଙ୍କ ମାମ
JOUTUKA JUIRE NABABADHU ANJANA (FILE PHOTO)


ଭଦ୍ରକ, ୨୮ ଜୁଲାଇ (ହି.ସ.) - ଯୌତୁକ ଯୁଇରେ ନବବଧୂ ଅଞ୍ଜନା। ଛାଡ଼ିନି ହାତର ମେହେନ୍ଦି, ବର୍ଷ ବର୍ଷର ପ୍ରେମ ୪ ମାସରେ ନେଲା ସମାଧି । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଟପୂର ପଂଚାୟତ ଖଟୁଆସାହିରୁ । ଖଟୁଆସାହି ଗ୍ରାମରେ ୨୨ବର୍ଷିୟ ଅଞ୍ଜନା ଦାସଙ୍କ ମାମୁଁଘର ଅଞ୍ଜନା ନିଜମାମୁଁ ଶ୍ରୀକାନ୍ତ ଦାସଙ୍କ ଘରେ ରହି ପାଠ ପଢ଼ୁଥିଲେ । ଏହି ସମୟରେ ସେହି ଗାଁର ଇନ୍ଦ୍ରମଣି ଦାସଙ୍କ ପୁଅ ବିଜୟ ଦାସଙ୍କ ସହିତ ଅଞ୍ଜନାଙ୍କର ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ପାରିବାରର ସହମତିରେ ମିଳିଥିଲା ସେମାନଙ୍କ ପ୍ରେମକୁ ମଞ୍ଜୁରୀ। ରୀତି ନୀତି ଅନୁସାରେ ହୋଇଥିଲା ଦୁହିଁଙ୍କ ବିବାହ । ମାତ୍ର ହୋମନିଆଁ ଜାଳିବା ପରେ ଜନ୍ମ ନେଇଥିଲା ଯୌତୁକ ରାକ୍ଷସ । ଯୌତୁକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ ଅଞ୍ଜନା। ଆଉ ଶେଷରେ ଯୌତୁକ ରାକ୍ଷସ ଆଗରେ ହାର ମନିଗଲା ବର୍ଷ ବର୍ଷର ପ୍ରେମ । ସୁଖର ସଂସାର ଗଢ଼ିବା ଆଗରୁ ଜୁଇ ନିଆଁରେ ଜଳିଗଲେ ନବବଧୂ ଅଞ୍ଜନା ଦାସ । ଗତକାଲି ଅପରାହ୍ନରେ ଶ୍ରୀକାନ୍ତଙ୍କ ଘରକୁ ଖବର ଆସିଲା ତାଙ୍କ ଝିଅ ଅଞ୍ଜନା ରଶି ଲଗାଇ ଆତ୍ମହତ୍ୟା କରିଛି । ଶ୍ରୀକାନ୍ତ ପହଂଚିଲେ ଅଞ୍ଜନାଙ୍କ ଶାଶୁଘରକୁ ଏବଂ ସେଠାରେ ଅଞ୍ଜନାର ମୃତଦେହ ତଳେପଡ଼ି ଯୌତୁକ ଯୁଇରୁ ଉଦ୍ଧାର ପାଇଁ କରୁଥିଲା ଗୁହାରୀ । ମତୋ ଫାଣ୍ଡି ପୋଲିସ୍ ଖବର ପାଇ ଅଞ୍ଜନାର ମୃତଦେହ ଉଦ୍ଧାରକରି ଆଣିଛି ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ । ଅନ୍ୟପକ୍ଷେ ଅଞ୍ଜନାର ପାରିବାର ଆଣିଛି ହତ୍ୟା ଅଭିଯୋଗ । ଅଞ୍ଜନାର ସ୍ୱାମୀ ଶଶୁର ଆଦି ଫେରାର ଥିବା ସୂଚନା ମିଳିଛି । ଦେଖିବାକୁ ବାକି ରହିଲା କଣ କହୁଛି ପୋଲିସର ତଦନ୍ତ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande