ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ତ୍ରୟୋଦଶ ପ୍ରତିଷ୍ଠା ଉତ୍ସବ ଏବଂ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ
ବ୍ରହ୍ମପୁର, ୨୮ ଜୁଲାଇ (ହି.ସ.)- ବିଶ୍ବ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲାୟନ୍ସ କ୍ଳବ୍ ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରଣିଧାନ ଯୋଗ୍ୟ ବୋଲି ସ୍ଥାନୀୟ ମୋତି ହୋଟେଲ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ଆଲୋଚନା କକ୍ଷରେ ଅନୁଷ୍ଠିତ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ତ୍ରୟୋଦଶ ପ୍ରତିଷ୍
ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ତ୍ରୟୋଦଶ ପ୍ରତିଷ୍ଠା ଉତ୍ସବ ଏବଂ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ


ବ୍ରହ୍ମପୁର, ୨୮ ଜୁଲାଇ (ହି.ସ.)-

ବିଶ୍ବ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲାୟନ୍ସ କ୍ଳବ୍ ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରଣିଧାନ ଯୋଗ୍ୟ ବୋଲି ସ୍ଥାନୀୟ ମୋତି ହୋଟେଲ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ଆଲୋଚନା କକ୍ଷରେ ଅନୁଷ୍ଠିତ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ତ୍ରୟୋଦଶ ପ୍ରତିଷ୍ଠା ଉତ୍ସବ ଏବଂ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ଅଧିବେଶନରେ ଯୋଗଦାନ କରି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଲାୟନ୍ସ କ୍ଳବ୍ ନବ ନିର୍ବାଚିତ ସଭାପତି ସହକାରୀ ପ୍ରଫେସର ଲୋକନାଥ ପାତ୍ର, ପ୍ରତିଷ୍ଠାତ୍ରୀ କୋଷାଧ୍ୟକ୍ଷା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଏବଂ ଅତିଥି ଭାବରେ ପୂର୍ବତନ ଲାୟନ୍ସ ଗଭର୍ଣ୍ଣର ଲାୟନ୍ସ ହରିହର ଦାଶ, ଲାୟନ୍ସ ଇଂ ଦିଲ୍ଲୀପ କୁମାର ଦାସ, ଲାୟନ୍ସ ଶ୍ରୀମତୀ ସରସ୍ଵତୀ ପାତ୍ର ଏବଂ ଫାଷ୍ଟ ଭାଇସ୍ ଗଭର୍ଣ୍ଣର ଅଶ୍ବିନୀ କୁମାର ଦାସ, ସମ୍ପାଦକ ଦୀନବନ୍ଧୁ ଗୌଡ ପ୍ରମୁଖ ମଞ୍ଚାସିନ୍ ହୋଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ବିଗତ ଦିନ ମାନଙ୍କରେ ଅନୁଷ୍ଠିତ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟ ବିଶେଷ କରି ବୃକ୍ଷ ରୋପଣ, ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ, ଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଷୟ ସମ୍ପାଦକ ଲାୟନ୍ସ ରୂପେଶ କୁମାର ମିଶ୍ର ସମ୍ପାଦକୀୟ ଉପସ୍ଥାପନ କରିଥିଲେ l ପ୍ରଥମ ଅଧିବେଶନରେ ସଭାପତିତ୍ବ କରି ଲାୟନ୍ସ ଇ. ଦିଲ୍ଲେଷୁ ରେଡ୍ଡୀ ନବ ନିର୍ବାଚିତ କ୍ଳବ୍ ସଭାପତି ଲାୟନ୍ସ ଲୋକନାଥ ପାତ୍ରଙ୍କୁ ୨୦୨୫ -୨୦୨୬ ବର୍ଷ ପାଇଁ ଦାୟିତ୍ବ ପ୍ରଦାନ କରି ଶପଥ ପାଠ କରାଇଥିଲେ । ଏହି ଉତ୍ସବ ଅବସରରେ

କ୍ଳବ୍ ର ପ୍ରତିଷ୍ଠାତା ପୂର୍ବତନ ସଭାପତି ଲାୟନ୍ସ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅମ୍ଳାନ ସ୍ମୃତି ଚାରଣ କରାଯାଇଥିଲା ଏବଂ ପୂର୍ବତନ ଲାୟନ୍ସ ଗଭର୍ଣ୍ଣର ହରିହର ଦାଶ ଏବଂ ପୂର୍ବତନ ଲାୟନ୍ସ ଗଭର୍ଣ୍ଣର ଲାୟନ୍ସ ଇଂ. ଦିଲ୍ଲିପ କୁମାର ଦାସଙ୍କୁ

ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇ ମେମୋଣ୍ଟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସଭାପତି ଲାୟନ୍ସ ଲୋକନାଥ ପାତ୍ର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ଯେ, ଏହି କ୍ଳବ୍ ମାଧ୍ୟମରେ ଆଗାମୀ ଦିନରେ ବହୁ ଉଲ୍ଲେଖନୀୟ ଜନହିତକର ସମାଜସେବା କାର୍ଯ୍ୟ ଆଇନ ସହାୟତା ପ୍ରଦାନ, ଯୁବ ମାନସ ସଚେତନତା, ନାରୀ ସଶକ୍ତିକରଣ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ସ୍ଥିର କରାଯାଇ

ବିଷୟ ଉପସ୍ଥାପନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଷ୍ଠିତ ଉତ୍ସବ ଅବସରରେ

ନୂତନ ଲାୟନ୍ସ ଯୁବ ବାହିନୀ ଲିଓ କ୍ଳବ୍ ସଂସ୍ଥାପିତ କରାଯାଇ ଲିଓ ଇପ୍ସିତା କୁମାରୀ ସାହୁଙ୍କୁ ଅଧ୍ୟକ୍ଷା ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଲାୟନ୍ସ ଡଃ. ପୁଷ୍ପାଞ୍ଜଳି ପଢାଳ, କ୍ଳବ୍ ଉପସଭାପତି ଲାୟନ୍ସ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଲାୟନ୍ସ ମନୋଜ କୁମାର ସାହୁ, ଲାୟନ୍ସ ଶ୍ରୀମତୀ ଲିଳିମା ମିଶ୍ର ଏବଂ ଲାୟନ୍ସ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ଶତାଧିକ ଲାୟନ୍ସ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ଏବଂ ଲାୟନ୍ସ ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande