ବଲାଙ୍ଗିର, ୨୮ ଜୁଲାଇ (ହି.ସ.)-
ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଡ଼ଃ. ନୃପରାଜ ସାହୁ l ସେ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଭାବ ବିନିମୟ ବେଳେ ଗଣମାଧ୍ୟମ ହେଉଛି ସମାଜ ଓ ପ୍ରଶାସନର ଆଖି ଓ କାନ ବୋଲି କହିଥିଲେ l ଜନସାଧାରଣ ଓ ଆପଣ ମାନଙ୍କ ସହଯୋଗ ରହିଲେ ଜିଲ୍ଲାର ସମସ୍ତ ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ ଓ ନୂଆ ନୂଆ ପ୍ରକଳ୍ପକୁ ଆରମ୍ଭ କରିବାକୁ ସହଜ ହେଵ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ନୂଆ ଜିଲ୍ଲାପାଳ ଡ଼ଃ. ସାହୁ l ପ୍ରଥମେ ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ଦର୍ଶନ କରିବା ପରେ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ୍ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସେ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି କାର୍ଯ୍ଯକ୍ରମରେ ପ୍ରଥମେ ଲୋକଙ୍କ ଅଭିଯୋଗ ଶୁଣିବାକୁ ତରଭା ଗସ୍ତ କରିଥିଲେ । ଯାହାକି ଉପସ୍ଥିତ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ l ପ୍ରକାଶ ଥାଉ କି, ଡ଼ଃ ସାହୁ ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାଜସ୍ଵ, ଶିକ୍ଷା ତଥା ସେ ଜଣେ ଦକ୍ଷ ପ୍ରଶାସକ ଭାବରେ କଳାହାଣ୍ଡି ଜିଲ୍ଲାରେ ଡିଡବ୍ଲୁଇ, ଡିପିସି, ଉପ ଜିଲ୍ଲାପାଳ ବିଭନ୍ନ ପଦବୀରେ ରହି ତାଙ୍କ କାର୍ଯ୍ଯଦକ୍ଷତାର ଅନେକ ପ୍ରମାଣ ଦେଇଛନ୍ତି l ଏକା ଧାରାରେ ସେ ଜଣେ ସୃଜନଶୀଳ ବ୍ୟକ୍ତି ଭାବରେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ହିସାବରେ ଦାୟିତ୍ୱ ନେଇଥିବା ଯୋଗୁଁ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ଆଗକୁ ଜିଲ୍ଲାର ଅନେକ ଅଧୁରା କାମକୁ ସେ ସଂପୂର୍ଣ୍ଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ