ବଲାଙ୍ଗୀର, ୨୮ ଜୁଲାଇ(ହି.ସ.) – ପରିବେଶ ସୁରକ୍ଷା ଓ ହରିତ ବଲାଙ୍ଗୀର ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କ୍ରମେ ମୁକ୍ତି ଦ ସୋସିଆଲ ଚେଞ୍ଜ ସାମାଜିକ ସଂସ୍ଥା ପକ୍ଷରୁ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଦେଇ ଟିଟିଲାଗଡ ରାଜରାସ୍ତାକୁ ସଂଯୋଗ କରୁଥିବା ବାଇପାସ ରୋଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁକ୍ତି ସଂସ୍ଥାର ସଦସ୍ୟମାନେ ରାସ୍ତାର ଦୁଇ ପାଶ୍ୱର୍ରେ ଗଛ ଲଗାଇ ଏହାକୁ ଏକ ହରିତ ପଥ ରୂପେ ବିକାଶ କରିବା ଲକ୍ଷ୍ୟ ରଖିଛନ୍ତି। ସ୍ଥାନୀୟ ଲୋକେ ଏହି ପଦକ୍ଷେପ କୁ ସ୍ୱାଗତ କରିଥିଲେ ଓ ଏହା ଦ୍ୱାରା ଅନ୍ୟମାନେ ପରିବେଶ ସୁରକ୍ଷା ଉଦ୍ୟମ ସାମିଲ ହେବେ ବୋଲି ଆଶା ବ୍ୟକ୍ତି କରିଥିଲେ। ଶେଷରେ ସମସ୍ତ ସଦସ୍ୟ ଗଛମାନଙ୍କୁ ଉଚିତ ଭାବରେ ଦେଖାରେଖା କରିବା ପାଇଁ ପ୍ରତିଜ୍ଞା କରିଥିଲେ। ମୁକ୍ତି ସଂଗଠନ ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ତଥା ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁକ୍ତିର କର୍ମକର୍ତାମାନଙ୍କୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ। ଏହାଛଡା ଆଜିର ଏହି କାର୍ଯ୍ୟକ୍ରମ ରେ ମୁକ୍ତି ସଂଗଠନର ଉପଦେଷ୍ଟା ବୁଲୁ ଦାନୀ, ସାନନ୍ଦ ମିଶ୍ର, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ବ୍ୟାସଦେବ ନନ୍ଦ, କୈଳାଶ ମିଶ୍ର, ବ୍ରଜ ସେଠୀ, ଲୋପନ ମିଶ୍ର, ମୁକ୍ତି ସଂଗଠନର ସମ୍ପାଦକ ନୀତିଶ ପଧାନ ସହ ସମ୍ପାଦକ ଚିନ୍ମୟ ବେହେରା, ରୋହନ ସାଏ, ଚନ୍ଦନ କୁମାର ସାହୁ, ସୋହନ ନାଏକ, ପଂଚାନନ ଷାଣ୍ଢ, ରିତେଶ କୁମାର ବେଦବାକ ପ୍ରଭୃତି ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ