କେନ୍ଦୁଝର, ୨୮ ଜୁଲାଇ (ହି.ସ.) - କେନ୍ଦୁଝର ସହରରେ ଏକ ଚେନ ଲୁଟେରା ଗ୍ୟାଙ୍ଗ କିଛି ଦିନ ତଳେ ତାଙ୍କର ଆତଙ୍କ ରାଜ ଚଳାଇଥିଲେ। ଏହା ନେଇ ନାରୀ ସମାଜ ପକ୍ଷରୁ ଏକ ପ୍ରକାର ଭୟ ପଶି ଯାଇଥିଲା। ଆଜି କେନ୍ଦୁଝର ପୋଲିସ ଏହି ଗ୍ୟାଙ୍ଗ କୁ ଧରି ସଫଳତା ହାସଲ କରିଛି।
ଏହି ଚେନ ଲୁଟେରା ମାନଙ୍କୁ ସଫଳତାର ସହିତ ଧରି ଥିବାରୁ ନାରୀ ସମାଜ ଶିକ୍ଷା କେନ୍ଦ୍ର ତଥା ଅନ୍ୟ ମହିଳା ସଂଗଠନ ତରଫରୁ ମାନନୀୟ ଏସ.ପି, କେନ୍ଦୁଝର ଓ ଟାଉନ ଥାନା ଓଓଉ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA