କନ୍ଧମାଳ, ୨୮ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲାର ନୁତନ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ୨୦୨୦ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ୧୯୫ତମ ସ୍ଥାନ ହାସଲ କରିଥିବା ଶ୍ରୀ ବେଦ ଭୁଷଣ। ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଛି। ତାଙ୍କର ସ୍ଥାନରେ ଆଜି ଅପରାହ୍ନରେ ପହଂଚି ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବେଦ ଭୁଷଣ। ତାଙ୍କର ଘର ଘର ଝାରସୁଗୁଡା ଜିଲ୍ଲା ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଡୁଙ୍ଗୁରିପାଲିରେ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତର ଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ପିତା ଶ୍ରୀ ସୋମଦତ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଏବଂ ମାତା ଶ୍ରୀମତି ସୁରଭି ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ବେଦ ଭୁଷଣ ଏଥିପୁର୍ବରୁ ସମ୍ବଲପୁର ମୁନିସିପାଲିଟି କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ। ଆଜି କାର୍ଯ୍ୟରେ ଯୋଗଦେବା ପରେ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ପହଂଚିି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। କାର୍ଯ୍ୟରେ ଯୋଗ ଦେଇ ସେ ଫୁଲବାଣୀ ମେଡିକାଲ କଲେଜ, ଆଇଟିଆଇ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରି ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ ମେଡିକାଲ କଲେଜର ଅଧକ୍ଷ ଡ. ନରେଶଚନ୍ଦ୍ର ବେହେରା, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ପାଢୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ରଙ୍କ ସମେତ ଅନେକ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ