ଅପରେସନ୍ ସିନ୍ଦୁର ଉପରେ ଆଲୋଚନାରୁ ଦୂରେଇ ଯାଉଛି ବିରୋଧୀ ଦଳ: କିରେନ ରିଜିଜୁ
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଆଲୋଚନା ପୂର୍ବରୁ ବିହାରରେ ଭୋଟର ତାଲିକାର ସଘନ ସଂଶୋଧନ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଦ୍ୱାରା ସୃଷ୍ଟି ହୋଇଥିବା ହଙ୍ଗାମାକୁ ସରକାର ପ୍ରତାରଣା ବୋଲି କହିଛନ୍ତି ଏବଂ ଅପରେସନ ସିନ୍ଦୁର ଉପରେ ଆଲୋଚନ
ଅପରେସନ୍ ସିନ୍ଦୁର ଉପରେ ଆଲୋଚନାରୁ ଦୂରେଇ ଯାଉଛି ବିରୋଧୀ ଦଳ: କିରେନ ରିଜିଜୁ


ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଆଲୋଚନା ପୂର୍ବରୁ ବିହାରରେ ଭୋଟର ତାଲିକାର ସଘନ ସଂଶୋଧନ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଦ୍ୱାରା ସୃଷ୍ଟି ହୋଇଥିବା ହଙ୍ଗାମାକୁ ସରକାର ପ୍ରତାରଣା ବୋଲି କହିଛନ୍ତି ଏବଂ ଅପରେସନ ସିନ୍ଦୁର ଉପରେ ଆଲୋଚନାରୁ ଦୂରେଇ ଯାଉଥିବା ଅଭିଯୋଗ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସଂସଦ ଭବନ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଅପରେସନ ସିନ୍ଦୂର ଉପରେ ଆଲୋଚନା ଉପରେ ବିରୋଧୀଙ୍କ ସହ ସହମତି ହୋଇଥିଲେ ମଧ୍ୟ, ହଠାତ୍ ନୂତନ ସର୍ତାବଳୀ ସହିତ ଗୃହରେ ହଙ୍ଗାମା ସୃଷ୍ଟି କରିବା ପ୍ରତାରଣା । ଅପରେସନ ସିନ୍ଦୂର ଉପରେ ଆଲୋଚନା ଉପରେ ହୋଇଥିବା ସହମତିରୁ ବିରୋଧୀ ଦଳ ପଛକୁ ହଟି ଯାଇଛନ୍ତି । ଶ୍ରୀ ରିଜିଜୁ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ଆଲୋଚନା ଆରମ୍ଭ କରିବେ । ବିରୋଧୀ ଦଳ ପ୍ରତିରକ୍ଷା ମନ୍ତ୍ରୀଙ୍କ କଥା ଶୁଣିବା ଉଚିତ୍ । ସେ କହିଛନ୍ତି ଯେ, ସେ ଆହ୍ୱାନ କରନ୍ତି ଯେ, କୌଣସି ଦଳ ପାକିସ୍ତାନର ଭାଷା କହିବା ଉଚିତ୍ ନୁହେଁ ଏବଂ ସେନାର ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande