ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟିଓ)ରେ ସର୍ବାଧିକ ୪୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର କଂଟାପଡାରେ ୩୮.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟିଓ)ରେ ସର୍ବାଧିକ ୪୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କଟକ ଜିଲ୍ଲାର କଂଟାପଡାରେ ୩୮.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡାରେ ୩୦.୬ ମି.ମି., ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୨୬.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୨୬.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗଁଦିଆରେ ୨୨.୦ ମି.ମି., ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ ୨୧.୦ ମି.ମି., ନୟାଗଡ଼ ଜିଲ୍ଲାର ଭାପୁରରେ ୧୮.୩ ମି.ମି., ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୧୮.୦ ମି.ମି., କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ୧୭.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୧୪.୦ ମି.ମି., ରାଜନଗରରେ ୧୩.୦ ମି.ମି. ଏବଂ କଟକ ଜିଲ୍ଲାର ସାଲେପୁରରେ ୧୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande