କେନ୍ଦୁଝର, 28 ଜୁଲାଇ (ହି.ସ.) କେନ୍ଦୁଝର ସହରରେ ଗତ କିଛି ଦିନ ମଧ୍ୟରେ ସୁନା ଚେନ୍ ଲୁଟେରା ଙ୍କ ଦ୍ବରାତ୍ମ ବୃଦ୍ଧି ପାଇଥିଲା ଓ ତତ୍ ସହିତ ଗାଡି ଚୋରି ମଧ୍ୟ ସମାନ୍ତରାଳ ଭାବେ ଚାଲିଥିଲା ଯାହାକି କେନ୍ଦୁଝର ବାସୀଙ୍କ ଚିନ୍ତା ର ବିଷୟ ହୋଇଥିଲା ।ଏହା ବିରୁଦ୍ଧରେ ତୁରନ୍ତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଅଧିକ୍ଷକ (ଏସପି) କେନ୍ଦୁଝର, ଏସଡିପିଓ କେନ୍ଦୁଝର ଏବଂ ଟାଉନ୍ ଆଇଆଇସି ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମହାଶ଼ୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ରୋଟାରୀ କ୍ଲବ୍ କେନ୍ଦୁଝର ଶାଖା ର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ବାଇଁ ଓ ସମସ୍ତ ରୋଟାରିଆନ୍ ଏବଂ ଇନର ହ୍ୱିଲ୍ କ୍ଲବ୍ ର ସମସ୍ତ ସଦସ୍ୟା। କେନ୍ଦୁଝର ପରି ଏକ ଶାନ୍ତି ପ୍ରିୟ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର ତ୍ୱରିତ ପ୍ରତିକ୍ରିୟା ଏବଂ ସମର୍ପଣ ପାଇଁ ପୋଲିସ ପ୍ରଶାସନ କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ସଦସ୍ୟ ଓ ସଦସ୍ୟା।
ନାଗରିକଙ୍କ ସୁରକ୍ଷା ଏବଂ ଧନଜୀବନ ର ରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସକୁ କେନ୍ଦୁଝରବସୀ ସବୁଦିନେ ମନେରଖିବେ। ଏହି ପରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ସାଧାରଣ ଜନତା ଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ପୋଲିସ ପ୍ରଶାସନ ପ୍ରତି ବିଶ୍ୱାସକୁ ଦୃଢ଼ କରୁଛି।
ନିଜ ଜୀବନ କୁ ବାଜି ଲଗାଇ ଏପରି କୁଖ୍ୟାତ ଅପରାଧୀ ଙ୍କୁ ଧରିଥିବା ଆମ ଏସପି, ଏସଡିପିଓ ଏବଂ ଟାଉନ୍ ଆଇଆଇସିଙ୍କ ସହିତ ସମସ୍ତ କର୍ମଚାରୀ ସେମାନଙ୍କର ବୃତ୍ତିଗତ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ଆଜି ସାରା କେନ୍ଦୁଝର ପାଇଁ ସୂନାମ ଆଣିଛନ୍ତି। ପୋଲିସ କର୍ତ୍ତୃପକ୍ଷଙ୍କ ଏହିପରି ପଦକ୍ଷେପ ପାଇଁ ଆଜି ସାଧାରଣ ଜନତା ପୋଲିସ ପ୍ରଶାସନ କୁ ନିର୍ଦ୍ବନ୍ଦ୍ବରେ ବିଶ୍ୱାସ କୁ ନେବା ସହିତ ସମସ୍ତ ସହଯୋଗ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ଅପରାଧ ଦମନ ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ପାଇଁ ପୋଲିସର ପ୍ରୟାସକୁ କେନ୍ଦୁଝରର ନାରୀ ସମାଜ ଶିକ୍ଷା ସଂଗଠନ ର ସଦସ୍ୟା ମାନେ ମଧ୍ୟ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA