କେନ୍ଦୁଝର, 28 ଜୁଲାଇ (ହି.ସ.)
ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଏନେଇ ନରଣପୁର ସ୍ଥିତ ଘଡଘଡି ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଭିଡ଼କୁ ଦେଖି ନାରୀ ସମାଜ ଶିକ୍ଷା କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟ କରଯାଇଥିଲା। ଏଠାକୁ ଆସିଥିବା କାଉଡ଼ିଆ ଭକ୍ତଙ୍କୁ ଖାଦ୍ୟ, ପିଇବା ପାଣି ଆଦି ଯୋଗାଇ ଦିଆଯାଇଥିଲା। ନାରୀନେତ୍ରୀ ସାବିତ୍ରୀ ବିଶ୍ଵାଳଙ୍କ ତତତ୍ଵାବଧାନରେ ଏହି ସେବା କାର୍ଯ୍ୟ କରଯାଇଥିଲା ବେଳେ ଭକ୍ତ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA