କନ୍ଧମାଳ, ୨୮ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ହାଟପଦା ସ୍ଥିତ ଯାତ୍ରା ପଡିଆ ସଭାଗୃହ ଠାରେ ସଂଘ ସଭାପତି ପଦ୍ମ ଚରଣ ସ୍ବାଇଁଙ୍କ ସଭାପତିତ୍ୱରେ
ଜାତୀୟ ମାତୃପିତୃ ଦିବସ ୨୦୨୫ ପାଳିତ ହୋଇଯାଇଛି l ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ପିତାମାତାଙ୍କୁ ପୂଜା କରାଯାଇଥିଲା। ମାତା ପିତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇଥିଲା ବୋଲି ବରିଷ୍ଠ ନାଗରିକ ମାନେ ନିଜ ନିଜ ବକ୍ତବ୍ୟରେ କହିବା ସହିତ ବିଦ୍ୟାଳୟରେ ଗୁରୁ ଓ ଗୁରୁଜନଙ୍କୁ ସମ୍ମାନ ଦେବାକୁ ଉପଯୁକ୍ତ ନୈତିକ ଶିକ୍ଷା ଦିଆଯାଇଥିଲା।ଆଜିର ଦିନରେ ନୈତିକ ଶିକ୍ଷାର ଅଭାବ ରହୁଛି ଓ ପିଲାମାନଙ୍କ ପ୍ରତି ଅନୁଶାସନର ଅଭାବ ରହୁଛି।ଯାହା ଫଳରେ କେତେକ ପିତା ମାତାଙ୍କୁ ତାଙ୍କର ପିଲାମାନେ ଅସମ୍ମାନ ପ୍ରଦର୍ଶନ କରୁଥିବା ଦେଖାଯାଉଛି । ପିତା ମାତା ଜୀବନ୍ତ ଦେବତା । ତେଣୁ ମନ୍ଦିର ଯାଇ ଠାକୁରଙ୍କୁ ଭୋଗ ନୈବେଦ୍ୟ ଚଢାଇବା ଯେତିକି ଆବଶ୍ୟକ ତା'ଠାରୁ ଅଧିକ ଆବଶ୍ୟକ ବାପା ମାଆଙ୍କ ସେବା କରିବା ଓ ଉପଯୁକ୍ତ ସମ୍ମାନ ନେବା । ତେଣୁ ସମାଜରେ ପିତା ପୁତ୍ର ମଧ୍ୟରେ ମୂଲ୍ୟବୋଧ କମି ଯାଉଥିବାରୁ ପୂର୍ବ ସମ୍ପର୍କ ବଜାଇ ରଖିବାକୁ ଜିଲା ବରିଷ୍ଠ ନାଗରିକ କମିଟି ପକ୍ଷରୁ ଏହି ଦିବସର ମହତ୍ୱ ପ୍ରତିପାଦନ କରିବା ପାଇଁ ହାଟପଦା ଠାରେ ବହୁ ବରିଷ୍ଠ ନାଗରିକ ଓ ନାତି ନାତୁଣୀ ମାନଙ୍କୁ ନେଇ ମାତୃପିତୃ ଦିବସ ପାଳନ କରାଯାଇଛି।
ଏହି ଅବସରରେ ସଂଘ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ, କାର୍ଯ୍ୟକାରୀ ସଭାପତି ନବ କିଶୋର ରଥ, ଉପସଭାପତି ପିତାମ୍ବର ମିଶ୍ର ଓ ମଞ୍ଜୁଳା ପାଣିଗ୍ରାହୀ, ବଂଶୀଧାର ପଣ୍ଡା, ଅମୀୟ କୁମାର ଦାସ ଓ ପ୍ରମୋଦ କୁମାର ସାହୁ, ବ୍ରଜ ପଟନାୟକ,କୋଷାଧକ୍ଷ ପି ରଘୁନନ୍ଦନ ପାତ୍ର, ପ୍ରିୟନାଥ ଶର୍ମା, ନାରାୟଣ ସାହୁ,ଟି ରାଜ ଗୋପଳ ପାତ୍ର, କୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ଏହି ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସମସ୍ତ ସଦସ୍ୟ ଓ କୁନି କୁନି ପିଲାମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ