ଭାରପ୍ରାପ୍ତ କୁଳପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା , 28 ଜୁଲାଇ (ହି.ସ.)-- ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୂତନ ଭାରପ୍ରାପ୍ତ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କମିଟି ତରଫରୁ କୂଳପତିଙ୍କୁ ଭେଟି ପୁଷ୍ପ ଗଛ ଚାରା ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ଛାତ୍ରଛାତ୍ରୀ ମାନଙ୍କ ସଦା ସହଯୋଗ ରହିବ ବୋଲି କହିଥିଲେ। ଏହି ଅବସରରେ ଦେବାଶିଷ ମହାନ୍ତ, ମହିତ କୁମାର ମଲ୍ଲିକ, ଦୁର୍ଗେଶ ନଦିନୀ, ଶ୍ରେୟା ପାଣି, ବିଶ୍ଵରଞ୍ଜନ ଭୋଇ, ଅଭିଜିତ, ଭବାନୀ, ପ୍ରଜ୍ଞା ଇତ୍ୟାଦି ଛାତ୍ର ଛାତ୍ରୀ ନୂତନ କୂଳପତିଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ