ବିବାହର ପ୍ରଲୋଭନ ଦେଖାଇ ଯୁବକ ଗିରଫ
ଜୟପୁର, ୨୮ ଜୁଲାଇ (ହି.ସ.) - ବିବାହର ପ୍ରଲୋଭନ ଦେଖାଇ ଶାରିରିକ ସଂପର୍କ ରଖିଥିବା ମାମଲାରେ ଆଜି ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ନୂଆସାହି ୪ର୍ଥ ଲାଇନର ସୁଶାନ୍ତ ପୁଜାରୀ(୩୩)। ପୁଲିସଖବର ଅନୁଯାୟୀ ଗତ କିଛି ଦିନ ହେଲା ସୁଶାନ୍ତ ଜୟପୁରର ଜଣେ ଯୁବତୀକୁ ବିବାହ
ବିବାହର ପ୍ରଲୋଭନ ଦେଖାଇ ଯୁବକ ଗିରଫ


ଜୟପୁର, ୨୮ ଜୁଲାଇ (ହି.ସ.) - ବିବାହର ପ୍ରଲୋଭନ ଦେଖାଇ ଶାରିରିକ ସଂପର୍କ ରଖିଥିବା ମାମଲାରେ ଆଜି ଟାଉନ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ନୂଆସାହି ୪ର୍ଥ ଲାଇନର ସୁଶାନ୍ତ ପୁଜାରୀ(୩୩)। ପୁଲିସଖବର ଅନୁଯାୟୀ ଗତ କିଛି ଦିନ ହେଲା ସୁଶାନ୍ତ ଜୟପୁରର ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ତା ସହ ଶାରିରିକ ସଂପର୍କ ରଖିଥିଲେ। ଯୁବତୀ ଜଣକ ବିବାହ କରିବାକୁ ବାଧ୍ୟ କରିବା ପରେ ଯୁବକ ମନା କରିଦେଇଥିଲେ। ପରେ ଯୁବତୀ ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଟାଉନପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ମନିଷା ସାହୁ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande