ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ
ମାଲକାନଗିରି, ୨୮ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଶାଖା ସଭାପତି ମଦନ ମୋହନ ନାୟକ
ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ


ମାଲକାନଗିରି, ୨୮ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଶାଖା ସଭାପତି ମଦନ ମୋହନ ନାୟକ ଏବଂ ସମ୍ପାଦକ ନବିନ ମାଦଳା ଯୋଗ ଦେଇ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିଥିଲେ | ଉପସ୍ଥିତ ସମସ୍ତ ସଦସ୍ୟ ମାନେ ନିର୍ବାଚନ ପ୍ରକ୍ରିୟା କରି ସର୍ବ ସମ୍ମତି କ୍ରମେ ମନୋନୀତ ପ୍ରକ୍ରିୟା କରିବାକୁ ନିର୍ବାଚନ ଅଧିକାରୀ ଦ୍ବୟଙ୍କୁ ଜଣାଇଥିଲେ। ଏହି ପ୍ରସ୍ତାବକୁ ନିର୍ବାଚନ ଅଧିକାରୀ ମାନେ ଗ୍ରହଣ କରି ମାଲକାନଗିରି

ଜିଲ୍ଲା ଶାଖା ସଭାପତି ଭାବେ ଦୁଷ୍ମନ୍ତ କୁମାର ଜେନା, ଉପ ସଭାପତି ଭାବେ ଲମ୍ବୋଦର ତୁରୁକ, ସମ୍ପାଦକ ରୂପେ ସାମ୍ବାଦିକ ଅଶୋକ ମିଶ୍ର, ଯୁଗ୍ମ ସମ୍ପାଦକ ରୂପେ ପ୍ରମୋଦ କୁମାର ସେନାପତି, ସଂଗଠନ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରକାର ମନୋନୀତ ହୋଇଥିଲେ। ମନୋନୀତ କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ପରିଷଦ, ଜିଲ୍ଲା ପରିଷଦର ସଦସ୍ୟ ମାନଙ୍କୁ ମନୋନୀତ କରିଥିଲେ। ସେହିପରି ଉପଦେଷ୍ଟା ରୂପେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରବିନ୍ଦ୍ର କୁମାର ମହାରଣା, ରଞ୍ଜନ କୁମାର ସ୍ବାଇଁଙ୍କୁ ମନୋନୀତ କରିଯାଇଥିଲା।

ଏହାପରେ ଉତ୍କଳ ସମ୍ମିଳନୀର ଗଠନ କାର୍ଯ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଯାଇଥିଲା। ନବ ନିର୍ବାଚିତ ପ୍ରତିନିଧି ମାନେ ଜିଲ୍ଲା ଶାଖାକୁ ସୂଦୃଢ କରିବା ପାଇଁ ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ | ଶେଷରେ ନୂତନ ସଭପତି ଶ୍ରୀ ଜେନା ଉପସ୍ଥିତ ଅତିଥ୍ ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି ଅବସରରେ ଉକ୍ରଳ ସମ୍ମିଳନୀ ଜିଲ୍ଲା ଶାଖାର ୭୦ରୁ ଅଧୂକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande