କୋରେଇ, ୨୮ ଜୁଲାଇ (ହି.ସ.) - ପାଣିକୋଇଲିସ୍ଥିତ ଗ୍ରମ୍ୟ ଶକ୍ତି ଫାଇନାନ୍ସର ଦୁଇ କର୍ମଚାରୀଙ୍କ (ଯୁବକ ଓ ଯୁବତୀ) ମଧ୍ୟରେ ପ୍ରେମ ସର୍ମ୍ପକ ଗଡି ଉଠିଥିଲା । ଭଦ୍ରକ ଜିଲ୍ଲା କେଶପୁରର ସ୍ମୃତିରେଖା ଜେନା (୨୪) ଓ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରର ସମୀର କୁମାର ପଲେଇ(୨୭) ଉଭୟ ଗୋଟିଏ ସଂସ୍ଥାରେ ଚାକିରି କରିଥିଲେ । ୩ବର୍ଷ ଚାକିରି ମଧ୍ୟରେ ପରସ୍ପର ମଧ୍ୟରେ ଭଳ ପାଇବା ଦିନକୁ ଦିନ ବଢି ଚାଲିଲା । ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଭଲ ପାଇବା ତିଷ୍ଠି ପାରିଲା ନାହିଁ । ସମୀର ସ୍କୃତିରେଖାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନ ଦେଲା । ଫଳରେ ଉଭୟଙ୍କ ମଧ୍ୟରେ କଥାବାର୍ତା ବନ୍ଦ ହେବା ସହ ଯୁବତୀ ଜଣଙ୍କ ସମୀରର ଫୋନ ନମ୍ବରକୁ ବ୍ଲକ କରିଦେଲେ । ଏହାକୁ ନେଇ ପ୍ରତିହିଂସା ପରାୟଣ ହୋଇ ସମୀର ତାକୁ ଅମୃତିଆ ସ୍କୁଲ ପାଖରେ ମାଡମାରିବା ସହ ସାହାପୁରର ନିକଟରେ ଅଟକାଇ ମୋବାଇଲ ଛଡାଇ କଣ ସବୁ ହ୍ୟ୍ୟାଂଗ କରିଦେଲା । ଫଳରେ ଯୁବତୀ ଆଉ ସେ ମୋବାଇଲକୁ ଚଳାଇ ପାରିଲେ ନାହିଁ । କାହିଁକି ମୋ ସହ କଥା ହେଉନାହିଁ ତୋତେ ବରବାଦ କରିଦେବି ବୋଲି ଧମକ ଦେଲା । ଫରେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ ମଧ୍ୟ କରିଲା । ବାରମ୍ବାର ଫଟୋ ଭାଇରାଲ କରିବା ଓ ଧମକ ଦେବାରୁ ସ୍ମୃତିରେଖା ଜୀବନର ସୁୁରକ୍ଷା ପାଇଁ ଥାନାରେ ଅଭିଯୋଗ କଲେ । ଏନେଇ ଏକ ମାମଲା ୨୩୭/୨୫ ରୁଜ୍ଜୁ ହୋଇ ତଦନ୍ତ କରାଯାଇ ଅଭିଯୁକ୍ତ ସମୀରକୁ ଗିରଫ କରାଯାଇ ଆଜି ଅଦାଲତ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ