ତାଳ ମଞ୍ଜି ରୋପଣ ଓ ମା ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – ପରିବେଶର ସମୃଦ୍ଧି ଓ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଓ ନିଶୁଳ୍କ ଶେବା ପ୍ରଦାନ କରି ଯୁବବର୍ଗଙ୍କୁ ଶଶକ୍ତ କରିବାରେ କୁଶିଆପାଳ ଓ ଗୁଇଳସିହ ଗ୍ରା. ପ. ମଧ୍ୟରେ ଅବସ୍ଥିତ ଓ ପ୍ରକୃତି ମିତ୍ର ଦି ଇନଷ୍ଟିଚୁଟ ଅଫ ଟୋଟାଲ ଫିଟନେସ ଆଣ୍ଡ ଗ୍ଦଗ୍ଧକ୍ସରଗ୍ଦଗ୍ଦ ମ୍ୟାନେଜମ
ତାଳ ମଞ୍ଜି ରୋପଣ ଓ ମା ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – ପରିବେଶର ସମୃଦ୍ଧି ଓ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଓ ନିଶୁଳ୍କ ଶେବା ପ୍ରଦାନ କରି ଯୁବବର୍ଗଙ୍କୁ ଶଶକ୍ତ କରିବାରେ କୁଶିଆପାଳ ଓ ଗୁଇଳସିହ ଗ୍ରା. ପ. ମଧ୍ୟରେ ଅବସ୍ଥିତ ଓ ପ୍ରକୃତି ମିତ୍ର ଦି ଇନଷ୍ଟିଚୁଟ ଅଫ ଟୋଟାଲ ଫିଟନେସ ଆଣ୍ଡ ଗ୍ଦଗ୍ଧକ୍ସରଗ୍ଦଗ୍ଦ ମ୍ୟାନେଜମେଣ୍ଟ ତରଫରୁ ବନୋ ମହୋତ୍ସବ ପାଳନ ଅବସରରେ ମା'କେ ନାମ୍ ଏକ ପେଡ୍ ଓ ୫୦୦ ରୁ ଊର୍ଦ୍ଧ୍ୱ ତାଳମଞ୍ଜି ବାଜିପଡା ନିକଟସ୍ଥ ରେଳପଥ ଓ ସରକାରୀ ଅପବ୍ୟବହୃତ ଜାଗାରେ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଜାନକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳକ ସୁବେଦାର ମେଜର ବ୍ରଜ କିଶୋର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଯଥା ଦିଲିପ ବେହେରା, ବିପିନ୍ ନାଥ, ବର୍ଷା ପଟନାୟକ, ସୋନିତା ସାହୁ ଓ ଦେବଜାନି ବେହେରାଙ୍କ ସହିତ ବହୁ ଛାତ୍ରଛାତ୍ରୀ ମାନେ କାର୍ଯକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଆଦର୍ଶ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ସହ ସମ୍ପାଦକ ଭେଟେରାନ୍ ଅଖ୍ୟୟ କୁମାର ସାହୁ ଉପସ୍ଥିତ ରହି ପିଲାମାନଙ୍କୁ ଉସ୍‌ଛାହିତ କରିଥିଲେ। ଏହି ଅନନ୍ୟ କାର୍ଯ୍ୟପାଇଁ ଅଂଚଳର ବୁଦ୍ଧିଜୀବୀ ମାନେ ଅନୁଷ୍ଠାନକୁ ପ୍ରଶ଼ଶା ସହିତ ପିଲାଙ୍କୁ ଆଶିର୍ବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande