ଅମରନାଥ ଯାତ୍ରା- ପ୍ରବଳ ବର୍ଷା ସତ୍ତ୍ୱୋ 1600ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଜମ୍ମୁରୁ ପ୍ରସ୍ଥାନ
ଜମ୍ମୁ, 28 ଜୁଲାଇ (ହି.ସ.)-ପ୍ରବଳ ବର୍ଷା ସତ୍ତ୍ୱେ ସୋମବାର ଦିନ 1600 ରୁ ଅଧିକ ତୀର୍ଥଯାତ୍ରୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ପବିତ୍ର ଶ୍ରୀ ଅମରନାଥ ମନ୍ଦିରର ଗୁଫା ପାଇଁ ଉଭୟ ଆଧାର ଶିବିରକୁ ଜମ୍ମୁରୁ ପ୍ରସ୍ଥାନ କରିଛନ୍ତି ।
ଅମରନାଥ ଯାତ୍ରା- ପ୍ରବଳ     ବର୍ଷା ସତ୍ତ୍ୱୋ 1600ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଜମ୍ମୁରୁ ପ୍ରସ୍ଥାନ


ଜମ୍ମୁ, 28 ଜୁଲାଇ (ହି.ସ.)-ପ୍ରବଳ ବର୍ଷା ସତ୍ତ୍ୱେ ସୋମବାର

ଦିନ 1600 ରୁ ଅଧିକ ତୀର୍ଥଯାତ୍ରୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦକ୍ଷିଣ କାଶ୍ମୀର

ହିମାଳୟରେ ଅବସ୍ଥିତ ପବିତ୍ର ଶ୍ରୀ ଅମରନାଥ ମନ୍ଦିରର ଗୁଫା ପାଇଁ ଉଭୟ ଆଧାର ଶିବିରକୁ ଜମ୍ମୁରୁ ପ୍ରସ୍ଥାନ

କରିଛନ୍ତି ।

ଜୁଲାଇ 3ରେ ଘାଟୀରୁ ଆରମ୍ଭ

ହୋଇଥିବା, 3,880 ମିଟର ଉଚ୍ଚ ଏହି ମନ୍ଦିରର 38 ଦିନିଆ ତୀର୍ଥଯାତ୍ରାରେ

ବର୍ତ୍ତମାନ ପର୍ଯ୍ୟନ୍ତ 3.77 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଭଗବାନ ଶିବଙ୍କ ବରଫରେ ଗଠିତ

ଶିବଲିଙ୍ଗର ଦର୍ଶନ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ, ସିଆରପିଏଫଓ ପୋଲିସ୍ କର୍ମଚାରୀଙ୍କ ସୁରକ୍ଷା ମଧ୍ୟରେ, 1,635 ତୀର୍ଥଯାତ୍ରୀଙ୍କ 23ତମ ଦଳ – ଯେଉଁଥିରେ 1,303 ପୁରୁଷ, 286 ମହିଳା, ଚାରିଜଣ ଶିଶୁ ଓ 42 ଜଣ

ସାଧୁ-ସାଧ୍ୱୀ ଅନ୍ତର୍ଭୁକ୍ତ – 59ଟି ଯାନରେ ଏଠାରୁ ଭଗବତୀ

ନଗର ଆଧାର ଶିବିରରୁ କାଶ୍ମୀର ଅବସ୍ଥିତ ଉଭୟ ଆଧାର ଶିବିର ପାଇଁ ସକାଳେ ପ୍ରସ୍ଥାନ କରିଛନ୍ତି ।

ପ୍ରଥମ କାଫିଲା 17ଟି ଯାନରେ

374 ତୀର୍ଥଯାତ୍ରୀ ଗାନ୍ଦରବଲ୍ ଜିଲ୍ଲାରେ 14 କି.ମି. ଦୈର୍ଘ୍ୟର ଛୋଟ କିନ୍ତୁ ବେଶି ଖାଲଖମା

ଥିବା ବାଲଟାଲ୍ ରାସ୍ତା ପାଇଁ ବାହାରିଛନ୍ତି । ତାପରେ ଦ୍ୱିତୀୟ କାଫିଲା 62ଟି ଯାନରେ 1,262 ତୀର୍ଥଯାତ୍ରୀଙ୍କୁ ନେଇ ଅନନ୍ତନାଗ ଜିଲ୍ଲାରେ 48 କି.ମି. ପାରମ୍ପରିକ

ପହେଲଗାମ୍ ମାର୍ଗରେ ଯାତ୍ରା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande