ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ହାଇକୋର୍ଟ। ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଷ୍ଣୁପଦ।୧୦ ଲକ୍ଷ ଟଙ୍କା ଲାଂଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ। ସୂଚନାନୁସାରେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶ
ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଖାରଜ କଲେ ହାଇକୋର୍ଟ


ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ହାଇକୋର୍ଟ। ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଷ୍ଣୁପଦ।୧୦ ଲକ୍ଷ ଟଙ୍କା ଲାଂଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ। ସୂଚନାନୁସାରେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେଶନ୍ ଲିମିଟେଡ୍ ର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ କାରବାର ହୋଇଥିବା ନେଇ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande