ପୁରୀ, ୨୮ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୭୭ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୫୩ ଗୋଟି ବ୍ୟକ୍ତିଗତ, ୨୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୪ ଗୋଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା। ତତକ୍ଷଣାତ ୨ ଗୋଟି ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।
ଏହି ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, କୃଷ୍ଣ ପସାଦ ବିଡ଼ିଓ ଅମୀୟ କୁମାର ପଣ୍ଡା, ଭାରପ୍ରାପ୍ତ ତହସିଲଦାର ବିକାଶ ସେଠୀ, ଭାରପ୍ରାପ୍ତ ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ଅଗଷ୍ଟ ମାସ ୪ ତାରିଖରେ ଜିଲ୍ଲା ସଦର ମହକୁମା ଠାରେ, ୧୧ ତାରିଖରେ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ କକ୍ଷରେ, ୧୮ତାରିଖରେ ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷରେ ଓ ଅଗଷ୍ଟ ୨୫ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର / ବିଜୟ