ଭୁବନେଶ୍ୱର, 28 ଜୁଲାଇ (ହି.ସ.)
- ଗତକାଲି
ସୁବର୍ଣ୍ଣରେଖାରେ ବନ୍ୟା ଆସିଛି । ଏବେ ହ୍ରାସ ପାଇ 9.80 ମିଟର ଅଛି । ଯାହା ବିପଦ ସଂକେତ ତଳେ
। ଅପରାହ୍ନରେ ସତର୍କ ସଂକେତ ତଳକୁ ବି ପଳେଇବ । ତେବେ ପାଣି ନିଷ୍କାସନ ହେବାକୁ ସମୟ ଲାଗିବ।
ଜଳକା ସତର୍କ ସଂକେତ ପାଖାପାଖି ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ଅଛି । ଭଦ୍ରକ
ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର
ପାଢ଼ୀ ସୂଚନା ଦେଇଛନ୍ତି । ତଳିଆ ଅଞ୍ଚଳରୁ ପାଣି ଧୀରେ ଧୀରେ ବାହାରିବ । କୌଣସି ସ୍ଥାନରେ ଘାଇ
ହୋଇନି ।କେବଳ ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରା ଠାରେ ଏକ ଘାଇ ହୋଇଥିଲା ।
ହୀରାକୁଦରେ 20 ଗେଟ ଦେଇ ଜଳ ନିଷ୍କାସନ ହେଉଛି । 3.17 ଲକ୍ଷ କ୍ୟୁସେକପ୍ରବେଶ କରି 3.45 ଲକ୍ଷ କ୍ୟୁସେକନିଷ୍କାସନ ହେଉଛି ।
ଏହା ମୁଣ୍ଡଳୀରେ 5.18 ଲକ୍ଷ କ୍ୟୁସେକପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ । ବ୍ରାହ୍ମଣୀ ରେଙ୍ଗାଳିର
ତିନୋଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଯାହା ହ୍ରାସ ପାଉଛି । ବ୍ରାହ୍ମଣୀ ଜେନାପୁରରେ ବି
ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ । ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ
ଚାରୋଟି ବ୍ଲକ ଯେପରି ଜଳେଶ୍ୱର, ଭୋଗରାଇ, ବସ୍ତା ବାଲିପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ
ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭଦ୍ରକର ଧାମନଗର, ତିହିଡି ଓ ଯାଜପୁରର
ଦଶରଥପୁରରେ ପାଣି ପଶିଥିଲା । ଆଖୁଆପଦା ଠାରେ ବିପଦ ସଂକେତ ତଳକୁ ଆସିବା ପରେ, ଧୀରେ ଧୀରେ ସ୍ଥିତି
ସାମାନ୍ୟ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା