ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମର ୩ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ
ଧର୍ମଶାଳା, ୨୮ ଜୁଲାଇ (ହି.ସ.) - ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମର ୩ ଗୋଟି ଗେଟ ଖୋଲାଯାଇଛି । ୩ ଗୋଟି ଗେଟ ଦେଇ ନଦୀରେ ପ୍ରତି ସେକେଣ୍ଡକୁ ୪୪୫୦.୬୭ କ୍ୟୁମେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଡ୍ୟାମକୁ ପ୍ରତି ସେକେଣ୍ଡରେ୫୫୦୦.୨୦ କ୍ୟୁମେକ ବନ୍ୟା ଜଳ ପ୍ରବେଶ
ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମର ୩ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ


ଧର୍ମଶାଳା, ୨୮ ଜୁଲାଇ (ହି.ସ.) - ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମର ୩ ଗୋଟି ଗେଟ ଖୋଲାଯାଇଛି । ୩ ଗୋଟି ଗେଟ ଦେଇ ନଦୀରେ ପ୍ରତି ସେକେଣ୍ଡକୁ ୪୪୫୦.୬୭ କ୍ୟୁମେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଡ୍ୟାମକୁ ପ୍ରତି ସେକେଣ୍ଡରେ୫୫୦୦.୨୦ କ୍ୟୁମେକ ବନ୍ୟା ଜଳ ପ୍ରବେଶ କରୁଛି । ଏବେ ଉପରମୁଣ୍ଡରେ ବର୍ଷା କମିଯାଇଥିବାରୁ ଡ୍ୟାମକୁ ପୁର୍ବପେକ୍ଷା କମ ବନ୍ୟାଜଳ ପ୍ରବେଶ କରୁଛି । ସେହିପରି ସମଲ ବ୍ୟାରେଜର ୯ ଗୋଟି ଗେଟ ଦେଇ ବନ୍ୟାଜଳ ନଦୀରେ ପ୍ରବାହିତ ହେଉଛି । ରେଙ୍ଗାଲି ଡ୍ୟାମରେ ଗତକାଲି ୩୯୮.୨୬ ଫୁଟ ଉଚର ଜଳ ରହିଥିବା ବେଳେ ଆଜି ଏହା ବୃଦ୍ଧି ପାଇ ଆଜି ୩୯୯.୯୩ ଫୁଟରେ ରହିଛି । ରେଙ୍ଗାଲିର ଜଳଧାରଣ କ୍ଷମତା ୪୦୫.୧୮ ଫୁଟ ରହିଛି । ଚଳିତ ଥର ଡ୍ୟାମରେ ପୁର୍ବ ବର୍ଷ ପେକ୍ଷା ୪ଫୁଟ ଅଧିକ ଜଳ ବର୍ତମାନ ରହିଛି । ହେଲେ ଏବେ ଉପରମୁଣ୍ଡରେ ବର୍ଷା କମିବା ସହିତ ଡ୍ୟାମ ମଧ୍ୟକୁ କମ ବନ୍ୟାଜଳ ପ୍ରବେଶ କରୁଥିବାରୁ ଚତୁର୍ଥ ଗେଟ ଖୋଲିବାର ନାହିଁ ବୋଲି ଡ୍ୟାମ କତୃପକ୍ଷଙ୍କ ସୁତ୍ରରୁ ଜଣାପଡିଛି । ତେବେ ଆଗକୁ ଗହ୍ମା ପୁର୍ଣମୀ ରହିଥିବାରୁ ରେଙ୍ଗାଲି ଡ୍ୟାମରୁ ଜଳ ନିଷ୍କାସନ କରିବା ଜରୁରି ହୋଇପଡିଛି । ଡ୍ୟାମର ୩ ଗୋଟି ଗେଟ କିଛି ଦିନ ପାଇଁ ଖୋଲା ରହିଲେ ଡ୍ୟାମରୁ ବନ୍ୟାଜଳ ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଡ୍ୟାମ କତୃପକ୍ଷ ଏବଂ ସରକାର ଏଥିପ୍ରତି ଯତ୍ନବାନ ହେବାକୁ ନଦୀ କୁୁଳିଆ ବାସିନ୍ଦା ନିବେଦନ କରିଛନ୍ତି । ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାନଗଲେ ଆଗକୁ ଲୋକେ ବଡ ବନ୍ୟାର ସମ୍ମୁଖିନ ହେବା ନେଇ ଆଶଙ୍କା ରହିଛି । ରେଙ୍ଗାଲିର ୩ ଗୋଟି ଗେଟ ଦେଇ ବନ୍ୟାଜଳ ବ୍ରାହ୍ମଣୀ ନଦୀରେ ପ୍ରବାହିତ ହେଉଥିବା ବେଳେ ନଦୀର ଜେନାପୁର ଠାରେ ଆଜି ସନ୍ଧ୍ୟା ସୁଦ୍ଧା ୬୩.୭୦ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଖୁବ କମ ଗତିରେ ନଦୀରେ ବନ୍ୟାଜଳ ବଡୁଥିବା ବେଳେ ତଳ ମୁଣ୍ଡରେ ବସବାସ କରୁଥିବା ଲୋକେ ଓ ଚାଷ ଜମି ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ନଦୀ କୁଳିଆ ଲୋକେ ଅଧିକ ପ୍ୟାନିକ ନହେବା ଲାଗି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande