ଜମିକିଣାକୁ ନେଇ ଠକେଇର ଶିକାର ହେଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ଜମିକିଣାକୁ ନେଇ ଠକେଇର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ବଣଶୀଙ୍ଗ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଜମି ପାଇଁ ଅଗ୍ରୀମ ୨୫ ଲକ୍ଷ ଦେଇଥିଲେ ମାତ୍ର ଉକ୍ତ ବ୍ୟକ୍ତି କୌଣସି କାରଣରୁ ଜମି ଦେଇ ପାରିନଥିଲେ। ତେ
ଜମିକିଣାକୁ ନେଇ ଠକେଇର ଶିକାର ହେଲେ ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ଜମିକିଣାକୁ ନେଇ ଠକେଇର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ବଣଶୀଙ୍ଗ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଜମି ପାଇଁ ଅଗ୍ରୀମ ୨୫ ଲକ୍ଷ ଦେଇଥିଲେ ମାତ୍ର ଉକ୍ତ ବ୍ୟକ୍ତି କୌଣସି କାରଣରୁ ଜମି ଦେଇ ପାରିନଥିଲେ। ତେବେ ଟଙ୍କା ଫେରାଇବାକୁ କହିବାରୁ ବ୍ଲାଙ୍କ ଚେକ୍ ଦେଇଥିଲେ। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ ଠକେଇର ଶିକାର ହେବାକୁ ନେଇ ତେଜିଛି ରାଜନୀତି। ଘଟଣାକୁ ନେଇ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଛି। ଯାହାକି ଦର୍ଶାଉଛି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ନାରୀ ନିର୍ଯାତନା ବଢି ବଢି ଚାଲିଛି, ଅପରାଧ ବଢୁଛି ଆଉ ଏବେ ଯୋଗାଣ ମନ୍ତ୍ରୀ ଠକେଇର ଶିକାର। ବିଧାନସଭା ମୌସୁମୀ ଅଧିବେଶନକୁ ସେଥିପାଇଁ ବିଳମ୍ବ କରୁଛନ୍ତି ସରକାର। ମୌସୁମୀ ଅଧିବେଶନ କଣ ଶୀତ ଦିନେ ଡାକିବେ କହି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ ଯୋଗାଣ ମନ୍ତ୍ରୀଙ୍କ ଉତର ହେଲା ଏହା ପୁରୁଣା ଘଟଣା। ୪ - ୫ ବର୍ଷ ତଳର ଘଟଣା। ତା ଭିତରକୁ କାହିଁକି ଯିବା। ବ୍ୟକ୍ତିଗତ କଥା। ଜାଗା କିଣିବା ପାଇଁ ପଇସା ଦିଆଯାଇଥିଲା। ଫେରେଇବେ ଫେରେଇବେ ବୋଲି କହି ଫେରାଇ ନାହାଁନ୍ତି। ଗୋଟିଏ କମ୍ପାନୀରେ ମୁଁ ନିର୍ଦ୍ଦେଶକ ଥିବା ସମୟରେ ଜାଗା କିଣିବାକୁ ଟଙ୍କା ଦେଇଥିଲି। ପୋଲିସ ତଦନ୍ତ କରିବ। ବିରୋଧୀ କାହିଁକି ବ୍ୟସ୍ତ ହେଉଛନ୍ତି। ଆଇନ୍ ଶୃଙ୍ଖଳା ଠିକ୍ ରହିଛି। ନାରୀ ନିର୍ଯାତନା ଘଟଣାରେ ଛାତ୍ର କଂଗ୍ରେସ ସଭାପତି ବିଜେଡ଼ି କର୍ପୋରେଟର ଗିରଫ ହୋଇଛନ୍ତି। ଠିକ୍ ସମୟରେ ବିଧାନସଭା ଅଧିବେଶନ ଡାକିବେ ସରକାର ବୋଲି କହିଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande