ଦଲାଲି ରୋକିବାକୁ ଇ -କେୱାଇସି ବ୍ୟବସ୍ଥା: ମନ୍ତ୍ରୀ
ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦଲାଲମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି। ସେଲ୍ଫ ଡିକ୍ଲାରେସନ ଫର୍ମ ଫିଲପ୍ ପ୍ରକ୍ରିୟା କାଲିଠୁ ଆରମ୍ଭ ହୋଇଛି। କାହାରିକୁ ହଇରା
ଦଲାଲି ରୋକିବାକୁ ଇ -କେୱାଇସି ବ୍ୟବସ୍ଥା: ମନ୍ତ୍ରୀ


ଭୁବନେଶ୍ୱର,୨୮ ଜୁଲାଇ (ହି.ସ.)- ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦଲାଲମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି। ସେଲ୍ଫ ଡିକ୍ଲାରେସନ ଫର୍ମ ଫିଲପ୍ ପ୍ରକ୍ରିୟା କାଲିଠୁ ଆରମ୍ଭ ହୋଇଛି। କାହାରିକୁ ହଇରାଣ କରିବା ଏହାର ଉଦ୍ଦେଶ୍ୟ ନୁହେଁ। ଫର୍ମ ଗ୍ରହଣ ନହେବାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାଗ ଚାଷୀ ମାଲିକଙ୍କଠୁ ଲେଖା ଆଣିଲେ ପଞ୍ଜୀକରଣ ହୋଇପାରିବ। ପ୍ରକୃତ ଚାଷୀଙ୍କୁ ଚିହ୍ନିବା ଓ ଦଲାଲଙ୍କୁ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟରେ ଚାଷୀଙ୍କ ସଂଖ୍ୟା କମାଇବା କଥା ବିରୋଧୀ କହୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande