ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ସମ୍ପନ୍ନ
ପୁରୀ, ୨୮ ଜୁଲାଇ (ହି.ସ.)- ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ୨ୟ ଭୋଗମଣ୍ଡପ ଅପରାହ୍ନ ୩ଟା ୩୫ ମିନିଟରେ ଉଠିଥିଲା | ୨ୟ ଭୋଗମଣ୍ଡପ ପୂଜା ଅପରାହ୍ନ ୫ଟା ୧୫ ମିନିଟ, ୨ୟ ଭୋଗମଣ୍ଡପ ଶେଷ ୫ଟା ୨୫ ମିନିଟ, ମଇଲମ ୫ଟା
ଶ୍ରୀମନ୍ଦିର


ପୁରୀ, ୨୮ ଜୁଲାଇ (ହି.ସ.)- ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ୨ୟ ଭୋଗମଣ୍ଡପ ଅପରାହ୍ନ ୩ଟା ୩୫ ମିନିଟରେ ଉଠିଥିଲା | ୨ୟ ଭୋଗମଣ୍ଡପ ପୂଜା ଅପରାହ୍ନ ୫ଟା ୧୫ ମିନିଟ, ୨ୟ ଭୋଗମଣ୍ଡପ ଶେଷ ୫ଟା ୨୫ ମିନିଟ, ମଇଲମ ୫ଟା ୫୦ ମିନିଟ, ଲକ୍ଷ୍ମୀ ସରସ୍ଵତୀ ଖଟଶେଯ ଘରକୁ ବିଜେ ୫ଟା ୫୦ ମିନିଟରେ ହୋଇଥିଲା | ଜୟ ବିଜୟ ଦ୍ଵାର ବନ୍ଦ ସନ୍ଧ୍ୟା ୬ଟା ଓ ଖସାପଡ଼ା ଲାଗି ନୀତି ପାଇଁ ଦଇତାପତିମାନେ ସନ୍ଧ୍ୟା ୬ଟା ୫ ମିନିଟରେ ଗର୍ଭଗୃହରେ ପ୍ରବେଶ କରିଥିଲେ | ସନ୍ଧ୍ୟା ୬ ଟାରୁ ସାଧାରଣ ଦର୍ଶନ ବନ୍ଦ ରହିଛି | ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି | ଏହା ଏକ ଗୁପ୍ତ ନୀତି | ଏହି ନୀତି ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥିଲା। ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଇଥିଲା । ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥିଲେ। ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇ ଦେଇ ଥିଲେ। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥିଲେ |

ବର୍ଷକୁ ଦୁଇ /ତିନି ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ | ରଥଯାତ୍ରା ପରେ ଶ୍ରୀପୟରର ସୁରକ୍ଷା ପାଇଁ ଏହି ନୀତି କରାଯାଇଥିଲା | ନୀତି ସମାପନ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା | ପରେ ପରେ ଆଳତୀ, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡସିଂହାର ବେଶ, ବଡ଼ସିଂହାର ଭୋଗ ହୋଇ ରାତ୍ର ପହୁଡ଼ କରାଯାଇଥିଲା |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande