ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା
ହେପାଟାଇଟିସ୍ ରୋଗ     ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ହେପାଟାଇଟିସ୍

ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ

ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ହେପାଟାଇଟିସ୍ ରୋଗ

ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପାଳନ ହେଉଛି 'ବିଶ୍ଵ ହେପାଟାଇଟିସ୍ ଦିବସ'। ଏହି ଭୂତାଣୁ ଜନିତ

ଦୁଃସାଧ୍ୟ ରୋଗଠୁ ଦୂରେଇ ରହିବା ପାଇଁ ସତର୍କ ହେବା ଏବଂ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା

ପାଇଁ ସଂକଳ୍ପବଦ୍ଧ ହେବା।

ମନ୍ତ୍ରୀ କହିଛନ୍ତି ଯେ, ନବଜାତ

ଶିଶୁକୁ ଜନ୍ମର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦେବାକୁ କେବେବି ଭୁଲନ୍ତୁ

ନାହିଁ। ଏହା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande