ପୁରାତନ ଛାତ୍ର ସଂସଦ ପକ୍ଷରୁ ମାଟ୍ରିକ ସଫଳ ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧନା
ଧର୍ମଶାଳା, ୨୮ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତସ୍ଥ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ୨୦୨୪-୨୫ ବର୍ଷରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ରାଶି ସହ ମାନପତ୍ର
ପୁରାତନ ଛାତ୍ର ସଂସଦ ପକ୍ଷରୁ ମାଟ୍ରିକ ସଫଳ ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧନା


ଧର୍ମଶାଳା, ୨୮ ଜୁଲାଇ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତସ୍ଥ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ୨୦୨୪-୨୫ ବର୍ଷରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ରାଶି ସହ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭା ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ର ସଂସଦର ବରିଷ୍ଠ କର୍ମକର୍ତା ଶିକ୍ଷାବିତ୍ ପଂଚାନନ ରାଉତ, ସାମାଜିକ କର୍ମୀ ହେମନ୍ତ କୁମାର ସାହୁ ଓ ରଶ୍ମି ରଂଜନ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଅମରଜିତ ନାୟକ, ନସିରୁଦ୍ଧିନ ଖାଁନ, ଛାତ୍ରୀ ପ୍ରତୀକ୍ଷା ଜେନା ଓ ପ୍ରଜ୍ଞା ଜେନାଙ୍କୁ ଅର୍ଥ ରାଶି ସହ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାକର୍ମୀ ସତ୍ୟ ପ୍ରକାଶ ମିଶ୍ର, ମିତ୍ରଭାନୁ ନାୟକ, ବିଶ୍ୱବନ୍ଧୁ ଗିରି, ସମୀର ପରିଡା, ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ସ୍ୱସ୍ତିକା ସାହୁ, ଶୁଭଶ୍ରୀ ସାହୁ, ସନ୍ତୋଷ ପାଢୀ ଓ ସତ୍ୟଶ୍ରୀ ପ୍ରିୟଭାଗିନୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande