ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ହେପାଟାଇଟିସ୍
ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହ୍ୱାନ
ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭୂତାଣୁ ଜନିତ ରୋଗ
ହେପାଟାଇଟିସ୍ ସମ୍ପର୍କରେ ବ୍ୟାପକ ସଚେତନତା ପାଇଁ 'ବିଶ୍ଵ ହେପାଟାଇଟିସ୍ ଦିବସ' ପାଳନ କରାଯାଉଛି । ହେପାଟାଇଟିସ୍ ପ୍ରତିଷେଧକ ଟିକା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା
ମୂଲ୍ୟରେ ଉପଲବ୍ଧ ହେଉଛି। ଏ ଦିଗରେ ସଚେତନତା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା