ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ଡିଆରଏମ ହେଲେ ଆଲୋକ ତ୍ରିପାଠୀ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂତନ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଚ୍‌.ଏସ୍‌. ବାଜୱାଙ୍କଠାରୁ ଶ୍ରୀ ତ୍ରିପାଠୀ ଦାୟିତ୍ୱ
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ଡିଆରଏମ ହେଲେ ଆଲୋକ ତ୍ରିପାଠୀ


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂତନ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଚ୍‌.ଏସ୍‌. ବାଜୱାଙ୍କଠାରୁ ଶ୍ରୀ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ନୂତନ ନିଯୁକ୍ତି ପୂର୍ବରୁ, ଶ୍ରୀ ତ୍ରିପାଠୀ ନୂଆଦିଲ୍ଲୀର ରେଳବାଇ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଫ୍ରେଟ ମାର୍କେଟିଂ) ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ବଳିଷ୍ଠ କ୍ୟାରିଅର ସହିତ, ସେ ଭାରତୀୟ ରେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ଆଣିଛନ୍ତି ।

ଶ୍ରୀ ତ୍ରିପାଠୀ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ ଲିମିଟେଡ୍ ରେ ଜେନେରାଲ ମ୍ୟାନେଜର ସମେତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟରେ ଡେପୁଟେସନ୍ ରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ପୂର୍ବ ଭୂମିକାରେ ସେ ଅହମ୍ମଦାବାଦରେ ସହାୟକ ଅପରେସନ୍ ମ୍ୟାନେଜର, ଭଦୋଦରାରେ ଡିଭିଜନାଲ୍ ଅପରେସନ୍ ମ୍ୟାନେଜର ଏବଂ ପଶ୍ଚିମ ରେଳବାଇରେ ଏରିଆ ମ୍ୟାନେଜର ଅନ୍ତର୍ଭୁକ୍ତ । ସେ ରାଜକୋଟ ରେଳମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଏବଂ ଉଭୟ ରାଜକୋଟ ଏବଂ ରତଲାମ ରେଳମଣ୍ଡଳରେ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜାନୁଆରୀ ୧୨, ୧୯୭୪ ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ତ୍ରିପାଠୀ ୨୦ ସେପ୍େଟମ୍ବର ୧୯୯୯ ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଏମ ଟେକ୍ ଡିଗ୍ରୀ ହାସଲ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande