ଧର୍ମଶାଳା, ୨୮ ଜୁଲାଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ପ୍ରୟାଗ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୩ ଘଟିକାରେ ରାଷ୍ଟ୍ରଦୀପ ପାଠକ ସମିତି ପକ୍ଷରୁ ଷାଠିଏ ବର୍ଷ ପୂର୍ତ ଅବସରରେ ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ନୃସିଂହ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରଦୀପ ସମ୍ପାଦକ ଚିତରଞ୍ଜନ ମହାପାତ୍ର ଯୋଗଦେଇ ରାଷ୍ଟ୍ରଦୀପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଧର୍ମଶାଳା ଅଞ୍ଚଳରେ ରାଷ୍ଟ୍ରଦୀପ ପତ୍ରିକାର ପ୍ରଚାର ଓ ପ୍ରସାର ଉପରେ ମତବ୍ୟକ୍ତ କରିଥିଲେ। ରାଷ୍ଟ୍ରଦୀପ ପତ୍ରିକା ପ୍ରଚାର ପାଇଁ ସମାଜସେବୀ ଈଶ୍ୱର ପ୍ରଧାନଙ୍କୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଧର୍ମଶାଳା ଅଞ୍ଚଳର ୫ଜଣ ବ୍ୟକ୍ତି ବିେଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସଭାକୁ ବିବେକାନନ୍ଦ ଜେନା, ଶଶୀକାନ୍ତ ସାମଲ, ଧିରେନ ନାୟକ, ଦିଲ୍ଲୀପ ସ୍ୱାଇଁ, ପରମେଶ୍ୱର ପଣ୍ଡା, ଚିତରଞ୍ଜନ ମହାନ୍ତି, ସବିତା ମିଶ୍ର, ଅକ୍ଷୟ ଗୋଛାୟତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ