ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଂଟା ଭିତରେ ମିଳିବ ସହାୟତା ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ପାଗ ଅନୁକୂଳ ହେଲେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବେ। ସେ ଆହୁରି କହିଛନ୍ତି ଯେ ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି। ତଳିଆ ଅଂଚଳରୁ ପାଣି ଛାଡିବା ପାଇଁ ସମୟ ଲାଗିବ। ଯେତେ ଦିନ ପର୍ଯ୍ୟନ୍ତ ଲୋକେ ରିଲିଫ ସେଂଟର ଅଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା