ଭୁବନେଶ୍ୱର, ୨୮ ଜୁଲାଇ (ହି.ସ.)- ଟ୍ୱିନ ସିଟିରେ ଟ୍ରାଫିକ ସମ୍ଭାଳିବେ ଛାତ୍ରଛାତ୍ରୀ। ୫୩ ଜଣ ଷ୍ଟୁଡେଂଟ ଟ୍ରାଫିକ ଭଲ୍ୟୁଂଟିୟର ଆଜି କମିଶନରେଟ ପୋଲିସ ରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଏକ ନିର୍ଦ୍ଧିଷ୍ଟ ପୋଷାକ ସହ ଟୋପି ପ୍ରଦାନ କରାଯାଇଛି। ନିଜ ପାଠ ପଢା ସହ ଟ୍ରାଫିକ ଦାୟିତ୍ୱ ତୁଲାଇବେ ଏହି ଛାତ୍ରଛାତ୍ରୀ। ଏ ମାନଙ୍କ ଯୋଗଦାନ ଆମ ପାଇଁ ଏହା ବଡ଼ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର ଏସ. ଦେବ ଦତ ସିଂ। ଏହା ଦ୍ୱାରା ଟ୍ରାଫିକ ବ୍ୟବସ୍ଥା ଆହୁରି ମଜଭୁତ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା