ଶିକ୍ଷକଙ୍କ ମାଡରେ ଛାତ୍ର ଲହୁଲୁହାଣ : ଥାନାରେ ମାମଲା : କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର
ଧର୍ମଶାଳା,୨୮ଜୁଲାଇ(ହି.ସ.) - ଶିକ୍ଷା ଅଧିକାର ଶିଶୁଙ୍କର ଏକ ମୌଳିକ ଅଧିକାର । ସେଥିପାଇଁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ରୁ ୧୪ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଯୋଗାଇ ଦିଆଯିବାର ସରକାରଙ୍କ ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷେ ପ୍ରତ୍ୟେକ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାପନା
ଶିକ୍ଷକଙ୍କ ମାଡରେ ଛାତ୍ର ଲହୁଲୁହାଣ : ଥାନାରେ ମାମଲା : କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର


ଧର୍ମଶାଳା,୨୮ଜୁଲାଇ(ହି.ସ.) - ଶିକ୍ଷା ଅଧିକାର ଶିଶୁଙ୍କର ଏକ ମୌଳିକ ଅଧିକାର । ସେଥିପାଇଁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ରୁ ୧୪ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଯୋଗାଇ ଦିଆଯିବାର ସରକାରଙ୍କ ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷେ ପ୍ରତ୍ୟେକ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାପନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରପ ଆଉଟ୍ ମିଶନ ଆରମ୍ଭ ହୋଇଛି । ଏଥିରେ ଶିକ୍ଷା ବିଭାଗ ସହିତ ବିଭିନ୍ନ ବିଭାଗର ସମନ୍ୱୟରେ ବିଦ୍ୟାଳୟ ବାହାରେ ଥିବା ଛାତ୍ର ଓ ପାଠ ଛାଡିଥିବା ପିଲାମାନଙ୍କୁ ବିଦ୍ୟାଳୟ ମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନ କରାଯିବା ସହ ଘରେ ଘରେ ଶିକ୍ଷକମାନେ ଡ୍ରଫ ଆଉଟ ସର୍ଭେ କରୁଛନ୍ତି । ତେଣୁ ପିଲାମାନେ ବିଦ୍ୟାଳୟରେ ଭୟବାତାରଣକୁ ମୁକ୍ତ କରିବା ପାଇଁ ଦଣ୍ଡ ମୁକ୍ତ ଅଂଚଳଭାବେ ଘୋଷଣା କରାଯାଇଛି । ଏହି ନୟମ ଅନୁସାରେ ଦଣ୍ଡ ଦେବା ଆଇନଗତ ଅପରାଧ । ଜାତୀୟ ଶିଶୁ ସୁରକ୍ଷା ଆଇନ ୨୦୧୨ ଅନୁସାରେ ଦଣ୍ଡ ଦେଇ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉଭୟ ଜେଲ ଓ ଅର୍ଥ ଦଣ୍ଡ ଦେବାର ନିୟମ ରହିଛି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ । ସୋମବାର ୨ଟା ସମୟରେ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟର ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ମଧ୍ୟାହ୍ନ ଭୋଜନରେ ଅଣ୍ଡା ମାଗିବା ଘଟଣାକୁ ନେଇ ଶିକ୍ଷକ ମେସାଦ ରେହେମାନଙ୍କ ମାଡରେ ଲହୁଲୁହାଣ ହୋଇଥିବା ଦେଖିବାକୁ ମିଳିଥିଲା । ଛାତ୍ରର ଡାହାଣ ହାତରେ ଗଭୀର ଆଘାତ ଲାଗି ଥିବା ନେଇ ଘଟଣା ସମ୍ପର୍କରେ ପରିବାରଙ୍କୁ ଅବଗତ କରାଇଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକେ ପୁଅକୁ ସ୍ଥାନୀୟ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇଥିଲେ ଏବଂ ଏହି ଘଟଣାକୁ ନେଇ ଛାତ୍ରର ମାଆ ଚାନ୍ଦ ବିବି ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକ୍ ଫସିଉଲ ହକ୍‌ଙ୍କୁ ଜଣାଇବା ପରେ ପ୍ରଧାନଶିକ୍ଷକ କିଛି ନ ବୁଝିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande