ଆଦିବାସୀ ସ˚ଘ ବୈଠକ
Bhubaneswar, 29 ଜୁଲାଇ (ହି.ସ.) ଜୟପୁର, ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ସ୍ଥାନୀୟ ବାବାସାହେବ କଲ୍ୟାଣ ମଣ୍ତପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜିତେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ବିଶ୍ବ ଆଦିବ
ଆଦିବାସୀ ସ˚ଘ ବୈଠକ


Bhubaneswar, 29 ଜୁଲାଇ (ହି.ସ.)

ଜୟପୁର,

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ସ୍ଥାନୀୟ ବାବାସାହେବ କଲ୍ୟାଣ ମଣ୍ତପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜିତେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ବିଶ୍ବ ଆଦିବାସୀ ଦିବସ କିପରି ସୂଚାରୁ ରୁପେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଗାଦବା, ପରଜା,ସୌରା,ପେଣ୍ଟିଆ,ଅମନାତ୍ୟ,ଭତ୍ରା,କନ୍ଧ ଓ ଭୁମିଆ ସମାଜର ଲୋକମାନେ ଉପସ୍ଥିତ ଥିଲେ। ଆସନ୍ତା ୯ ତାରିଖ ଦିନ ସ୍ଥାନୀୟ ସୂର୍ଯ୍ୟମହଲ ଭିତରେ ଥିବା ବଣ୍ତାବାଘ ମନ୍ଦିର ଠାରୁ ଆଦିବାସୀ ବେସ ପୋଷାକରେ ଏକ ଶୋଭାଯାତ୍ରା ବାହାରି ଟ୍ରାଫିକ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିବ। ସେଠାରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି, ଧନପୁର ସରପଞ୍ଚ ବଳଭଦ୍ର ଗାଦବା, ରଣ୍ତାପାଲି ସରପଞ୍ଚ ଆନନ୍ଦ ହାଲଵା, ଅନ୍ତା ସରପଞ୍ଚ ବାବୁଲା ଦିଶାରି, ଅମନାଥ୍ୟ ସମାଜର ଉପସଭାପତି ପ୍ରଫୁଲ ଅମାନଥ୍ୟ, ପେଣ୍ଟିଆ ସମାଜର ଉପସଭାପତି ଟଙ୍କଧର ହାଲଵା,ଟାଉନ ପରଜା ସମାଜ ସଭାପତି ବାସୁଦେବ ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande