ସମ୍ବଲପୁର, ୨୯ ଜୁଲାଇ(ହି.ସ.) – ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ, ସମ୍ବଲପୁରର ମିଳିତ ସହଯୋଗରେ 'ଆନିମିଆ ମୁକ୍ତ ପଂଚାୟତ' ପ୍ରଶିକ୍ଷଣ ଜିଲ୍ଲା ପ୍ରଶିକ୍ଷଣ ଓ ସମ୍ପଦ କେନ୍ଦ୍ର(ଡିପିଆରସି) ସମ୍ବଲପୁର ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣରେ ଇଆରପି କେତକୀ ବେହେରା ଆରବିଏସକେ ମ୍ୟାନେଜର ଗୁରୁ ପ୍ରସାଦ ଭୋଇ ଓ ବିଶ୍ୱଜିତ ପଣ୍ଡା, ଡ଼ିଏଲଟି ଡ. ରାଜାରାମ ଷଡ଼ଙ୍ଗୀପ୍ରମୁଖ ଉପସ୍ଥିତ ଥିଲେ। ଇଆରପି ଗଣେଶରାମ ପଣ୍ଡାଙ୍କ କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଗ୍ରାମପଂଚାୟତ ସ୍ତରରେ ଆନିମିଆ ସଚେତନତା ବୃଦ୍ଧି, ପୌଷ୍ଟିକତା ସୁନିଶ୍ଚିତ କରିବା ଓ ସୁସ୍ଥ ଗ୍ରାମପଂଚାୟତ କିପରି ଗଢିବା। ଇଆରପି କେତକୀ ବେହେରା ସୁସ୍ଥ ଗ୍ରାମପଂଚାୟତ ପାଇଁ ଆନିମିଆ ବିଷୟରେ-ଆନିମିଆ କ’ଣ, ତାହାର ସାଧାରଣ ଲକ୍ଷଣ, କାରଣ ଓ ପୌଷ୍ଟିକାହାର ସହିତ ଆନିମିଆର ସମ୍ପର୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହାପରେ ଗୁରୁ ପ୍ରସାଦ ଭୋଇ ଆରବିଏସକେ ମ୍ୟାନେଜର ଓ ବିଶ୍ୱଜିତ ପଣ୍ଡାଙ୍କ ଦ୍ୱାରା ଆନିମିଆ ପ୍ରତିରୋଧ ପାଇଁ ସରକାରୀ ପ୍ରୟାସ ଏଏମ୍ଏଲ୍ଏଏନ୍ ସିକେଲ୍ ସେଲ୍ ଆନିମିଆ/ପିଏମ୍ ପୋଷଣ ଏଫ୍ଏନ୍ଏଚଡବ୍ଲୁ/ଏମ୍ଏସପିୱାଇ/ଏସ୍ଏଜି, ଏଡିଭିଆଇକେଏ ପରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ। ଡ଼ିଏଲଟି ଡ. ରାଜାରାମ ଷଡ଼ଙ୍ଗୀଙ୍କ ଦ୍ୱାରା ସୁସ୍ଥ ଗ୍ରାମପଂଚାୟତର ସୂଚକ, ପଂଚାୟତ ସ୍ତରୀୟ ସ୍ଥାୟୀ କମିଟିର ଭୂମିକା, ଯିବି ମୁକ୍ତ ପଂଚାୟତ, ଆନିମିଆ/ ଫାଏଲେରିଆ ମୁକ୍ତ ପଂଚାୟତ ଗଠନ ବିଷୟରେ ଆଲୋଚନା ହୋଇଥିଲା। ଇଆରପି ଗଣେଶରାମ ପଣ୍ଡାଙ୍କ ନେତୃତ୍ୱରେ ପିଆଅର୍ାଇ ସଦସ୍ୟମାନଙ୍କ ଭୂମିକା, ପୌଷ୍ଟିକ ବିଭିନ୍ନତା, ସପ୍ଲାଇ ଚେନ୍ ସୁଦୃଢୀକରଣ ଓ ନିରୀକ୍ଷଣ ମେକାନିଜମ୍ ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ଗ୍ରୁପ୍ କାର୍ଯ୍ୟ, କେସ୍ ଷ୍ଟଡି ଓ ରୋଲ୍ ପ୍ଲେ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା। ଶେଷରେ ଡ଼ିପିଆରସି ର ପ୍ରାଧ୍ୟାପକ ଙ୍କ ଦ୍ୱାରା ଅନଲାଇନ୍ ମୂଲ୍ୟାୟନ କରାଯାଇ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ