ବଲାଙ୍ଗୀର କରାଟେ ସ୍କୁଲର ସଫଳତା - ସର୍ବମୋଟ ୨୬ ଗୋଟି ପଦକ
ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ ଠାରେ ୯ତମ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତା ହାଂସି ପ୍ରେମଜିତ ସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ପ୍ରତିଯୋଗିତାରେ ଭାରତ ଦେଶ ସହିତ ଅନ୍ୟ ୮ଟି ଦେଶ ରୁ ୭୦୦୦ ରୁ ଉର୍ଦ୍ଧ୍ୱ କରାଟେ ଖେଳାଳି ଅଂଶ ଗ୍ରହଣ କରିଥିଲେ। ପ
ବଲାଙ୍ଗିର କରାଟେ ସ୍କୁଲର ସଫଳତା - ସର୍ବମୋଟ ୨୬ ଗୋଟି ପଦକ


ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ ଠାରେ ୯ତମ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତା ହାଂସି ପ୍ରେମଜିତ ସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ପ୍ରତିଯୋଗିତାରେ ଭାରତ ଦେଶ ସହିତ ଅନ୍ୟ ୮ଟି ଦେଶ ରୁ ୭୦୦୦ ରୁ ଉର୍ଦ୍ଧ୍ୱ କରାଟେ ଖେଳାଳି ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାଟି ୨୫ରୁ ୨୭ ଜୁଲାଇ ତିନି ଦିନ ଧରି ଖେଳ ହୋଇଥିଲା ବେଳେ ବଲାଙ୍ଗିର ଜିଲ୍ଲାରୁ ବଲାଙ୍ଗିର କରାଟେ ସ୍କୁଲର ୧୭ ଜଣ ଖେଳାଳି ଭାଗ ନେଇ ସର୍ବମୋଟ ୨୬ଟି ପଦକ ହାସଲ କରିଛନ୍ତି। କ୍ରିଷ୍ଣା ନାଏକ ସ୍ୱର୍ଣ୍ଣ ଓ କାଂସ୍ୟ, ପ୍ରତିକ୍ଷା ପୁଟା ସ୍ୱର୍ଣ୍ଣ, ଆୟୁଶି ସିଂ ବାରିକ ସ୍ୱର୍ଣ୍ଣ ଓ କାଂସ୍ୟ, ସ୍ୱଦେଶ ପୁରୋହିତ ରୌପ୍ୟ ଓ କାଂସ୍ୟ, ଲୋକେଶ ବାଗ ସ୍ୱର୍ଣ୍ଣ, ସ୍ୱାଗତ ମେହେର କାଂସ୍ୟ, ଯଶୋବନ୍ତ କୁମ୍ଭାର ସ୍ୱର୍ଣ୍ଣ ଓ କାଂସ୍ୟ, ଜସମିନ ସାହୁ ଦୁଇଟି ସ୍ୱର୍ଣ୍ଣ, ଇଭାନ ପ୍ରଧାନ କାଂସ୍ୟ, ଆନନ୍ଦିନୀ ସାହୁ ସ୍ୱର୍ଣ୍ଣ ଓ କାଂସ୍ୟ, ଅଂଶୁମାନ ଧରୁଆ ସ୍ୱର୍ଣ୍ଣ ଓ ରୌପ୍ୟ, ସଲୈାଶ ବିଶ୍ୱାଲ କାଂସ୍ୟ ଓ ଆରାଧ୍ୟା ସାହୁ ସ୍ୱର୍ଣ୍ଣ, ଚନ୍ଦନ ବାଗ ଦୁଇଟି କାଂସ୍ୟ, ଶ୍ରୀୟା ସାହୁ ସ୍ୱର୍ଣ୍ଣ ଓ କାଂସ୍ୟ, ପଲ୍ଲବି ନାଏକ ଓ ଆୟୁଶ ମେହେର ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ସର୍ବମୋଟ ୧୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ। ଆଜି ଅପରାହ୍ନ ରେ ଦଳ ବଲାଙ୍ଗିର ପହଚିଂବା ଜାଣି କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ, ସହ-ସଂପାଦକ ତଥା ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ସମସ୍ତ ଅଭିଭାବକ ଓ ଖେଳପ୍ରେମି ରେଲ ଷ୍ଟେସନରେ ଭବ୍ୟ ସ୍ୱାଗତ କରିଥିଲେ। ଦଳ ସହିତ ସ୍କୁଲର ମୁଖ୍ୟ ତଥା ସଂପାଦକ ହୃଦୟ ଶବର, ସହ କୋଚ ପୁରୁଷୋତମ ବାଗ, ରେଖା ମନହିରା ଓ ମଧୁସୁଦନ ସାହୁ ୨୩ ଜୁଲାଇରେ କୋଲକତା ଯାତ୍ରା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande