ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା


ସମ୍ବଲପୁର, ୨୯ ଜୁଲାଇ (ହି.ସ.)

ନାକଟିଦେଉଳ, ଜଗନ୍ନାଥପ୍ରସାଦ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାକୁ ପରିଚାଳନା କମିଟି ସଭାପତି ବିରଞ୍ଚି ଶଙ୍କର ସାହୁ, କାଦୋବାହାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଶ୍ୱଜିତ ପ୍ରଧାନ, ବଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତନ୍ମୟ ସାହୁ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ଉଦଘାଟନ କରିଥିଲେ। ପ୍ରାଥମିକ ବର୍ଗରେ ୫୪ଜଣ, ତୃତୀୟରୁ ପଞ୍ଚମ ୭୦ଜଣ, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ୨୪ ଜଣ ଛାତ୍ରଛାତ୍ରୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେହିପରି ଗଣିତ ପ୍ରକଳ୍ପ ପ୍ରଦର୍ଶନ ଉପରେ ଶିଶୁବର୍ଗ ୨୮ଜଣ ଓ ବାଲ ବର୍ଗରେ ୨୪ଜଣ

ଅଂଶ ଗ୍ରହଣ କରିଥିଲେ। ଜ୍ଞାନ ବିଜ୍ଞାନ ମେଳାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୧୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିବା ବେଳେ ଶିଶୁ ବାଟିକା ବିଭାଗର ୬୦ଜଣ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋଜ ପ୍ରଧାନ, ସରାପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ କୁସୁମ ମଞ୍ଜରୀ ଧଳ, ଉପରମୁଣ୍ଡା ସି.ଆର.ସିସି କେଦାରସନ ପ୍ରଧାନ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଲୋକନାଥ ପ୍ରଧାନ ଏବଂ ପରିଚାଳନା କମିଟି ର ସଭାପତି ବିରଞ୍ଚି ଶଙ୍କର ସାହୁ, ସମ୍ପାଦକ ପୁରୁଷୋତ୍ତମ ବେହେରା କୃତୀ ପ୍ରତିଯୋଗୀକୁ ପୁରସ୍କୃତ କରିଥିଲେ। ମମତା ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ,ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ବିଜ୍ଞାନ ମେଳା ନେଇ ଆଲୋକପାତ କରିଥିଲେ। ଆଚାର୍ଯ୍ୟ ସୁଭାଷ ଚନ୍ଦ୍ର ସାହୁ ବିବରଣୀ ପଠନ, ଗୀତାଞ୍ଜଳି ଦାଶ ଏବଂ ସୁଶାନ୍ତ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା ଆଚା ର୍ଯ୍ୟା ସାଗରୀକା ପ୍ରଧାନ ଧନ୍ୟବାଦ ଥିଲେ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande