ଚମ୍ପୁଆ ଅବକାରୀ ବିଭାଗ ଓ ଝାଡଖଣ୍ଡ ପୋଲିସର ମିଳିତ ଚଢାଉ ୧୦ ଲକ୍ଷ ଟଙ୍କାର ମହୁଲ ପୋଚ, ମଦ ଓ ସରଞ୍ଜାମ ନଷ୍ଟ, ତିନି ମାମଲା ରୁଜୁ
ଚମ୍ପୁଆ, ୨୯ ଜୁଲାଇ(ହି.ସ.) – ଚମ୍ପୁଆ - ଝାଡଖଣ୍ଡ ସୀମାନ୍ତରେ ଚମ୍ପୁଆ ଅବକାରୀ ବିଭାଗ ଓ ଝାଡଖଣ୍ଡ ପୋଲିସର ମିଳିତ ଚଢାଉରେ ବିପୁଳ ପରିମାଣର ମହୁଲ ପୋଚ ଓ ମଦ ଜବତ କରି ନଷ୍ଟ କରାଯାଇଛି। ଆଜି ଭୋର ସକାଳୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର
ଚମ୍ପୁଆ ଅବକାରୀ ବିଭାଗ ଓ ଝାଡଖଣ୍ଡ ପୋଲିସର ମିଳିତ ଚଢାଉ ୧୦ ଲକ୍ଷ ଟଙ୍କାର ମହୁଲ ପୋଚ, ମଦ ଓ ସରଞ୍ଜାମ ନଷ୍ଟ, ତିନି ମାମଲା ରୁଜୁ


ଚମ୍ପୁଆ, ୨୯ ଜୁଲାଇ(ହି.ସ.) – ଚମ୍ପୁଆ - ଝାଡଖଣ୍ଡ ସୀମାନ୍ତରେ ଚମ୍ପୁଆ ଅବକାରୀ ବିଭାଗ ଓ ଝାଡଖଣ୍ଡ ପୋଲିସର ମିଳିତ ଚଢାଉରେ ବିପୁଳ ପରିମାଣର ମହୁଲ ପୋଚ ଓ ମଦ ଜବତ କରି ନଷ୍ଟ କରାଯାଇଛି। ଆଜି ଭୋର ସକାଳୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏଚ ଜଗା ରାଓଙ୍କ ତତ୍ୱାବଧାନରେ ଯୋଡା, ବଡବିଲ , ଝୁମ୍ପୁରା ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଓ ଝାଡଖଣ୍ଡ ପୋଲିସର ମିଳିତ ଚଢାଉରେ ବୈତରଣୀ ନଦୀର ପାର୍ଶ୍ୱରେ ଥିବା ସୀମାନ୍ତ ଗ୍ରାମ ଗୁଡିକରେ ଚଢାଉ କରି ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ଚମ୍ପୁଆ-ଝାଡଖଣ୍ଡ ସୀମାନ୍ତ ଗ୍ରାମ ବୁରୁସାହି, ଘୁଟୁସାହି, ବରଲା, ଖୁଂଟିଆପଦା ଗ୍ରାମରେ ୧୨୦୦୦ କିଗ୍ରା ମହୁଲ ପୋଚ ଓ ୧୭୦୦ ଲିଟର ଦେଶୀ ରନ୍ଧା ମଦ ସହ ମଦ ପ୍ରସ୍ତୁତ ହେଉଥିବା ସରଞ୍ଜାମ ଗୁଡ଼ିକୁ ଜବତ କରାଯାଇ ନଷ୍ଟ କରାଯିବା ସହ ତିନି ଗୋଟି ମାମଲା ରୁଜୁ କରାଯାଇଥିବା ନେଇ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏସ ଜଗାରାଓ ସୂଚନା ଦେଇଛନ୍ତି। ନଷ୍ଟ କରାଯାଇଥିବା ମହୁଲ ପୋଚ, ମଦ ଓ ସରଞ୍ଜାମର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ କି ଚମ୍ପୁଆ ଓ ଝାଡଖଣ୍ଡ ସୀମାବର୍ତୀ ଗ୍ରାମ ଗୁଡିକରେ ଦେଶୀ ରନ୍ଧା ମଦ ଏକ କୁଟୀର ଶିଳ୍ପର ରୂପ ନେଇ ସାରିଥିବା ବେଳେ ଏଥି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ଝାଡଖଣ୍ଡ ପୋଲିସ ପ୍ରଶାସନର ସହାୟତାରେ ନିୟମିତ ଭାବେ ଚଢାଉ ଜାରୀ ରଖିଛି। ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଚମ୍ପୁଆ ଅବକାରୀ ଓଆଇସି ବଟକୃଷ୍ଣ ରାଉତ, ଏଏସଆଇ ବିଜୟ କୁମାର ମହାନ୍ତଙ୍କ ସମେତ ଝାଡଖଣ୍ଡରୁ ଜଗନ୍ନାଥପୁର ଥାନା ପ୍ରଭାରୀ ଅବିନାଶ ହେମ୍ବ୍ରମ, ଏଏସଆଇ ଅଜୟ କୁମାର ସିଂ ସଦଳବଳେ ସାମିଲ୍ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande