ସିଲିଗୁଡ଼ିରେ ନକଲି କାଗଜପତ୍ର ସହିତ ଚୀନ୍ ନାଗରିକ ଗିରଫ, ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ
କୋଲକାତା, ୨୯ ଜୁଲାଇ (ହି.ସ.)- ଭାରତ-ନେପାଳ ସୀମାରେ ଅବସ୍ଥିତ ସିଲିଗୁଡ଼ି ନିକଟରେ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ନକଲି କାଗଜପତ୍ର ସହିତ ଗିରଫ କରାଯାଇଛି । ସୋମବାର ରାତିରେ ଖୋଡିବାଡ଼ି ଥାନା ପୋଲିସ ସଶସ୍ତ୍ର ସୀମା ବଳ(ଏସଏସବି)ର ମିଳିତ ଅଭିଯାନ କ୍ରମେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିବା ଏହି ବ
ସିଲିଗୁଡ଼ିରେ ନକଲି କାଗଜପତ୍ର ସହିତ ଚୀନ୍ ନାଗରିକ ଗିରଫ, ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ


କୋଲକାତା, ୨୯ ଜୁଲାଇ (ହି.ସ.)- ଭାରତ-ନେପାଳ ସୀମାରେ ଅବସ୍ଥିତ ସିଲିଗୁଡ଼ି ନିକଟରେ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ନକଲି କାଗଜପତ୍ର ସହିତ ଗିରଫ କରାଯାଇଛି । ସୋମବାର ରାତିରେ ଖୋଡିବାଡ଼ି ଥାନା ପୋଲିସ ସଶସ୍ତ୍ର ସୀମା ବଳ(ଏସଏସବି)ର ମିଳିତ ଅଭିଯାନ କ୍ରମେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିବା ଏହି ବିଦେଶୀ ନାଗରିକଙ୍କୁ ଅଟକ ରଖାଯାଇଥିଲା ।

ସିଲିଗୁଡ଼ି ପୋଲିସର ସୂଚନା ଅନୁଯାୟୀ, ସିଲିଗୁଡ଼ିର ପାଣିଟାଙ୍କି ଅଂଚଳର ନୂତନ ବ୍ରିଜ୍ ଠାରେ ବାଣିଜ୍ୟ ଏବଂ ପରିବହନ ରୁଟ୍ ରୁ ଗିରଫ କରାଯାଇଥିଲା, ଯେଉଁଠାରେ ଏସଏସବିର ୪୧ତମ ବାଟାଲିୟନର 'ସି' କମ୍ପାନୀ ନିୟମିତ ଯାଂଚ୍ ଅଭିଯାନ ଚଳାଇଥିଲା । ଏହି ସମୟରେ, ଜଣେ ବ୍ୟକ୍ତିଙ୍କୁ ସନ୍ଦେହଜନକ କାଗଜପତ୍ର ମିଳିବା ପରେ ତୁରନ୍ତ ତାଙ୍କୁ ଅଟକ ରଖାଯାଇଥିଲା । ପଚରାଉଚରା ସମୟରେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଦୁଇଟି ଭିନ୍ନ ନାମରେ ଜାରି ହୋଇଥିବା ସ୍ୱିସ୍ ପାସପୋର୍ଟ ଏବଂ ଏକ ନକଲି ନେପାଳୀ ନାଗରିକତା ଡକ୍ୟୁମେଂଟ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ କ'ଣ, ସେ କେଉଁ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା - ଏହି ସମସ୍ତ ଦିଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande