ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲା ସମ୍ମାନିତ
Bhubaneswar, 29 ଜୁଲାଇ (ହି.ସ.) ଜୟପୁର ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରାଜ୍ୟ କନଭେନସନ ସେଣ୍ଟର, ଲୋକସେବା ଭବନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ଆକ
ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ  କୋରାପୁଟ ଜିଲ୍ଲା ସମ୍ମାନିତ


Bhubaneswar, 29 ଜୁଲାଇ (ହି.ସ.)

ଜୟପୁର

ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରାଜ୍ୟ କନଭେନସନ ସେଣ୍ଟର, ଲୋକସେବା ଭବନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ଆକାଂକ୍ଷା ଜିଲ୍ଲାର ଜିଲ୍ଲାପାଳ ଆକାଂକ୍ଷା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଇତ୍ୟାଦି ବୈଠକରେ ଯୋଗ ଦେଇଥିଲେ। ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାରେ ତ୍ରଇମାସିକ ଗର୍ଭବତୀଙ୍କର ପଞ୍ଜୀକରଣ, ମଧୁମେହ ସ୍କ୍ରିନିଂ, ଉଚ୍ଚ ରକ୍ତଚାପ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ବିଦ୍ୟାଳୟ ରେ ପୁସ୍ତକ ବଣ୍ଟନ ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଦ୍ୟୁତୀକରଣ ଭଳି ୫ ସୂଚକର ସମ୍ପୂର୍ଣ୍ଣତା ହାସଲ କରିଥିବାରୁ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ରୌପ୍ୟ ପଦକ ଗ୍ରହଣ କରିଛନ୍ତି। ଏହା ସହିତ ଲକ୍ଷ୍ମୀପୁର ଏବଂ ଲମତାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ରୌପ୍ୟ ପଦକ ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande